20 ସୁଦ୍ଧା ସରିବ କଲେଜ ନିର୍ବାଚନ, ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତୁତି ଆରମ୍ଭ

ଅକ୍ଟୋବର 20 ପୂର୍ବରୁ ନିର୍ବାଚନ ଶେଷ କରିବାକୁ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା 15ରୁ 20 ତାରିଖ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। 30 ତାରିଖ ମଧ୍ୟରେ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରାଯିବ। ରାଜ୍ୟରେ ଥିବା ମୋଟ 1763ଟି ସରକାରୀ ଓ ବେସରକାରୀ କଲେଜରେ ନିର୍ବାଚନ ଅନୁଷ୍ଠିତ ହେବ। 1100 ଶହ ଯୁକ୍ତ ଦୁଇ ଏବଂ 663ଟି ଯୁକ୍ତ ତିନି କଲେଜରେ ନିର୍ବଚନ ହେବ। ଏନେଇ ଚୂଡ଼ାନ୍ତ ତାଲିକା ଘୋଷଣା କରାଯିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଅକ୍ଟୋବର 15 କିମ୍ବା 18 ତାରିଖକୁ ନିର୍ବାଚନ ତାରିଖ ଘୋଷଣା କରାଯିବା ସମ୍ଭାବନା ରହିଛି। ସେଲଫ୍ ଫାଇନାନସିଙ୍ଗ କଲେଜକୁ ଛାଡ଼ି ଅନ୍ୟ ସମସ୍ତ କଲେଜରେ ନିର୍ବାଚନ ଅନୁଷ୍ଠିତ ହେବ।   

 

 

Share in top social networks!