କୃଷି,ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀଙ୍କ ଅନୁମୋଦନ ; ଫାଇଲିନ୍ ପ୍ରଭାବିତ ଅଞ୍ଚଳରେ ୟୁଜର୍ସ ଫିସ୍ ଛାଡ୍

images (13)
ଯୁଦ୍ଧକାଳୀନ ଭିଟଟିରେ ଫାଇଲିନ୍ ବାତ୍ୟା ଓ ପରନାର୍ତ୍ତୀ ବନ୍ୟା ଦ୍ଵାରା କ୍ଷତିଗ୍ରସ୍ତ ଅଞ୍ଚଳରେ ପଶୁମାନଙ୍କ ଟୀକାକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ପଦକ୍ଷେପ ନେବା ନିମନ୍ତେ ରାଜ୍ୟ କୃଷି,ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ବିଶେଷ ଗୁରୁତ୍ଵ ଆରୋପ କରିଛନ୍ତି । ପଶୁ ଚିକିତ୍ସକ ଓ ପଶୁ ନିରୀକ୍ଷକ ତଥା ପାରା ଚିକିତ୍ସକମାନେ ପ୍ରଭାବିତ ଅଞ୍ଚଳରେ ଘରକୁ ଘର ଯାଇ ପଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସଙ୍ଗେ ସଙ୍ଗେ ଆବଶ୍ଯକୀଯ ଔଷଧ ପ୍ରଦାନ ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପଶୁମାନଙ୍କ ନିମନ୍ତେ ଆବଶ୍ୟକୀୟ ଟୀକାକରଣ,ଲାବରେଟୋରୀରେ କରାଯାଉଥିବା ମଳ,ମୁତ୍ର ଓରକ୍ତ ନମୁନା ପରୀକ୍ଷା ନିମନ୍ତେ ନିଆଯାଉଥିବା ୟୁଜର୍ସ ଫିସ୍ ଫାଇଲିନ୍ ବାତ୍ୟା ଠାରୁ ଏକମାସ ପର୍ଯ୍ୟନ୍ତ ଛାଡ ନିମନ୍ତେ ଫାଇଲରେ ନିର୍ଦ୍ଦେଶ ଦେଇଛନ୍ତି ।

Share in top social networks!
Powered By Indic IME