ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାନ

45044
ବାତ୍ୟା ଓ ବନ୍ୟା ଦୁର୍ଗତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାନ ପ୍ରଦାନ କରାଯାଇଛି ।ପାରାଦୀପ ବନ୍ଦର କର୍ତୃପକ୍ଷଙ୍କ ପକ୍ଷରୁ ଅଧ୍ୟକ୍ଷ ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏକ କୋଟି ଟଙ୍କାର ଚେକ ପ୍ରଦାନ କରିଥିବାବେଳେ ଏକାମ୍ର ବିଧାୟକ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଭୁବନେଶ୍ଵର ମହାନଗର ନିଗମର କର୍ପୋରେଟର ମାନେ ୨ ଲକ୍ଷ ଟଙ୍କା ଇଣ୍ଡ-ଭାରତ ଏନର୍ଜି ପକ୍ଷରୁ ୫୦ ଲକ୍ଷ ଟଙ୍କା,ଭୁବନେଶ୍ଵର powen private ltd ପକ୍ଷରୁ ୧୦ ଲକ୍ଷ ଟଙ୍କା,ନଗର ଉନ୍ନୟନ ବିଭାଗ ସାଂସ୍କୃତିକ ସଂଘ ପକ୍ଷରୁ ଏକାବନ ହଜାର ଟଙ୍କା,ରାବଣ ଦହନ କମିଟି ଟିଟିଲାଗଡ ପକ୍ଷରୁ ଏକ ଲକ୍ଷ ଛଅଷଠୀ ହଜାର ଟଙ୍କା,ସରକାରୀ ମୋଟର କର୍ମଚାରୀ ସଂଘ ପକ୍ଷରୁ ବାଷଠୀ ହଜାର ଟଙ୍କା,ସଚିବାଳୟ କର୍ମଚାରୀ ସୁଭାସିନୀ ମିଶ୍ରଙ୍କ ପକ୍ଷରୁ ପାଞ୍ଚ ହଜାର ଟଙ୍କା ଏବଂ ଭୁବନେଶ୍ଵର ନୀଳାଦ୍ରି ବିହାର ସ୍ଥ ମା ଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଦୁଇ ହଜାର ଟଙ୍କା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ହସ୍ତରେ ରିଲିଫ ପାଣ୍ଠି ପାଇଁ ଦାନ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ବଦାନ୍ୟତା ପାଇଁ ସାଧୁବାଦ ଜଣାଇଥିଲେ ।