20ଟି ଜିଲ୍ଲାରେ ଡେଙ୍ଗୁ, 442 ଆକ୍ରାନ୍ତ, 4 ମୃତ

ରାଜ୍ୟର 20ଟି ଜିଲ୍ଲାରେ ଡେଙ୍ଗୁ ରୋଗର ପ୍ରଭାବ ଦେଖାଦେଇଛି। ଏଥିରେ 442 ଜଣ ଆକ୍ରାନ୍ତ ହୋଇଥିବା ବେଳେ 4 ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ହେଲେ ବେସରକାରୀ ଭାବେ ଏହି ସଂଖ୍ୟା ବେଶ ଅଧିକ। ସରକାରୀ ଭାବେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 202 ଜଣ ଚିହ୍ନଟ ହୋଇଥିଲା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଢେଙ୍କାନାଳ ଜିଲ୍ଲାରେ ଚିହ୍ନଟ ହୋଇଥିବା 10 ଜଣଙ୍କ ମଧ୍ୟରୁ 2 ଜଣଙ୍କର ଓ ବାଲେଶ୍ଵର ଜିଲ୍ଲାରେ 70 ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ମୌସୁମୀ ବର୍ଷା ସମୟରେ ରାଜ୍ୟରେ ଡେଙ୍ଗୁ, ମ୍ୟାଲେରିଆ ଓ ଝାଡ଼ାବାନ୍ତି ଭଳି ଜଳବାହିତ ରୋଗ ଦେଖାଦିଏ। ଏଥିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ହୋଇଥିଲେ ବି ଏହା ଗତ ବର୍ଷ ତୁଳନାରେ କମ ରହିଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

 

Share in top social networks!