ରାଜ୍ୟର ‘ଫାଇଲିନ୍’ ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚିଲା ଟାଟା ରିଲିଫ କମିଟି

download (1)
ସାମୁଦ୍ରିକ ଝଡ ‘ଫାଇଲିନ୍’ ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାର ଅଧିବାସୀମାନେ ସାଧାରଣ ଜୀବନକୁ ଫେରିବାକୁ ସଂଘର୍ଷ କରୁଥିବା ବେଳେ ଟାଟା ରିଲିଫ୍ କମିଟି ପକ୍ଷରୁ ପ୍ରଭାବିତ ଲୋକମାନଙ୍କୁ ଖାଦ୍ଯ ଓ ଆଶ୍ରୟସ୍ଥଳୀ ଯୋଗାଇଦିଆଯାଇଛି । କମ୍ପାନୀ ଓ ଜିଲ୍ଲା ପ୍ରଶାସନ ତରଫରୁ ମିଳିତ ଭାବରେ ସର୍ବାଧିକ ପ୍ରଭାବିତ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ର ଜେ.ଏନ୍ ଟାଟା ବୈଷୟିକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରାବାସରେ ସ୍ଵତନ୍ତ୍ର ରିଲିଫ୍ ଶିବିର ଖୋଲାଯାଇଛି । ଗୋପାଳପୁର ପାର୍ଶ୍ଵବର୍ତ୍ତୀ ଗ୍ରାମ ଯଥା ବାତପୁଟ୍ଟି,ଏସ୍.ପାଇକପଡା,ବି.ପାଇକପଡାର ଲୋକମାନଙ୍କୁ ରିଲିଫ୍ କ୍ୟାମ୍ପକୁ ସ୍ଥାନାମତରିତ କରାଯାଇଥିବା ବେଳେ କୁନି ପିଲାମାନଙ୍କ ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି । ଜରୁରୀକାଳିନ ପରିସ୍ଥିତି କୁ ଧ୍ୟାନରେ ରଖି ଶିବିରରେ ଡାକ୍ତରମାନଙ୍କ ସହିତ ଔଷଧ ପ୍ରସ୍ତୁତ ରଖାଯାଇଛି । ଏଠାରେ ଲୋକମାନଙ୍କୁ ରନ୍ଧାଖାଦ୍ୟ ମଧ୍ୟ ପ୍ରଦାନ କରାଯାଉଛି । ସେହିପରି ଯୋଡା,ସୁକିନ୍ଦା,ଓ ହରିଚନ୍ଦନପୁରରେ କମ୍ପାନୀ ପକ୍ଷରୁ ସମାନ ସୁବିଧା ଯୋଗାଇ ଦିଆଯାଉଛି । ଓଡିଶା ସ୍ଵତନ୍ତ୍ର ରିଲିଫ୍ କମିଶନ ଓ ଅନ୍ୟାନ୍ୟ ଜିଲ୍ଲା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଟାଟା ରିଲିଫ୍ କମିଟି ତରଫରୁ ଯାଜପୁର,କେନ୍ଦୁଝର,ଓ ଗଞ୍ଜାମ ଜିଲ୍ଲାର ବାତ୍ୟା ପ୍ରଭାବିତ ଲୋକମାନଙ୍କୁ ଖାଦ୍ୟ ପ୍ୟାକେଟ୍ ଓ ପଲିଥିନ ସିଟ ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି । ୧୯୬୧ ମସିହା ଠାରୁ ଟିଆରସି ବାତ୍ୟା,ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଓଡିଶାର ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଆସିଛି । ବର୍ତ୍ତମାନ ସୁଦ୍ଧା କମିଟି ପକ୍ଷରୁ ଯୋଗାଇ ଦିଆଯାଇଥିବା ସୁବିଧା ସୁଯୋଗକୁ ମିଶାଇ ମୋଟ ୪୩୫ ଟି ବାସଗୃହ ଓ ୩୫ ଟି ସ୍କୁଲ ତଥା ମହାବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଉଛି । ଏହାପୂର୍ବରୁ ୨୦୦୦ ରୁ ୨୦୧୧ ମସିହା ମଧ୍ୟରେ କମ୍ପାନୀ ପକ୍ଷରୁ ବନ୍ୟା ପ୍ରଭାବିତ ୫.୫ ଲକ୍ଷ ପରିବାରଙ୍କୁ ରିଲିଫ ମଧ୍ୟ ବଣ୍ଟନ କରାଯାଇଛି ।

Share in top social networks!
Powered By Indic IME