ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ଚୟନ ଆରମ୍ଭ, ଦୌଡ଼ରେ ପ୍ରକାଶ ମିଶ୍ର

ସେପ୍ଟେମ୍ବର ଶେଷ ସୁଦ୍ଧା ସିବିଆଇ ନିର୍ଦ୍ଦେଶକ ଥିବା ଏ.ପି. ସିଂହଙ୍କ କାର୍ଯ୍ୟକାଳ ପୂରିଯାଉଛି। ତେଣୁ ତାଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କ ନାମ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ନିର୍ଦ୍ଦେଶକ ପଦ ପାଇଁ ବିଚାର କରାଯାଉଥିବା ଜଣାପଡ଼ିଛି। ସିବିଆଇ ଏବେ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ତ୍ବପୂର୍ଣ୍ଣ ଥିବା 2ଜି ସ୍ପେକଟ୍ରମ୍ ଆବଣ୍ଟନ ଓ କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନିତୀ ଭଳି ଅନେକ ସମ୍ବେଦନଶୀଳ ମାମଲାର ତଦନ୍ତ କରୁଛି। ଏହାର ପରିଣାମ ଦେଶର ରାଜନୀତି ଉପରେ ପଡ଼ିବାର ସମ୍ଭାବନା ରହିଛି। ତେଣୁ ପରବର୍ତ୍ତୀ ସିବିଆଇ ନିର୍ଦ୍ଦେଶକଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଏହି ଚୟନପ୍ରକ୍ରିୟା ଏବେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ହାତରେ ରହିଛି। ତେବେ ଏଥି ପାଇଁ କେନ୍ଦ୍ରୀୟ ଭିଜିଲାନସ କମିଶନରଙ୍କ ଅନୁମୋଦନ ଆବଶ୍ୟକ।

Share in top social networks!