“ନାଟକ କାହାଣୀ ଏକ ରାତିର ସର୍କରେ ପଦେ”-

ଆଜିର ଏଇ ଅବକ୍ଷୟ ମୁଖୀ ସମାଜର ସତ୍ୟ . ଧର୍ମ. ଦୟା.କ୍ଷମା ଏସବୁକୁ ଭୁଲିଯାଇ ମଣିଷ ଆଜି ଈର୍ଷା ହିଂସା କାମନା ବାସନାର ବଶୀଭୂତ । ମଣିଷ ଆଜି ଅର୍ଥ କ୍ଷମତା ପ୍ରତିପତି ପଛରେ ଧାଇଁ ଭୁଲିଯାଇଛି ସ୍ନେହ ମୈତ୍ରୀ ଓ ଭାତୃତ୍ଵର ମାନବୀୟ ଗୁଣ । ଦୁର୍ନୀତିର ଶକୁନି ରାଜନୀତିକୁ ଆୟୁଧ କରି ଗଡାଉଛି ତାର ସ୍ଵାର୍ଥର ପଶାକାଠି । ପ୍ରତି ମୂହୁର୍ତ୍ତରେ ଧର୍ମପାଇଁ ସ୍ଵାର୍ଥ ପାଇଁ ସମାଜର ବଡଦଣ୍ଡାମାନେ ପବିତ୍ର ଭାରତ ଭୂମି ଉପରେ ସୃଷ୍ଟି କରିଚାଲିଛନ୍ତି ଅହଙ୍କାରର ମହାଭାରତ ଯୁଦ୍ଧ । ବଳିପଡୁଛି ସାଧାରଣ ଜନତା ଓ ମଣିଷ ପାଣିଆର ପବିତ୍ର ଭାବନା । ଏସବୁକୁ ଦେଖିଲାପରେ ଜାତିର ଜନକ ହୁଅନ୍ତି ମର୍ମାହତ । ଦେଶ ଓ ଜାତିର ଏ ପ୍ରକାର ପତନ ମୁଖି ଦୃଷ୍ଟାନ୍ତ ତାଙ୍କ ଆଖିରୁ ଝରାଇ ଆଣେ ଲୁହର ଧାର । ଦେଶ ସ୍ଵାଧୀନ ହେବାର ୬୬ ବର୍ଷ ବିତିଯାଇଥିଲେ ମଧ୍ୟ ସେଇ ମହାମାନବଙ୍କ କଳ୍ପିତ ସ୍ଵପ୍ନର ରାମରାଜ୍ୟ କଣ ପ୍ରତିଷ୍ଠା ହୋଇପାରିଛି ?ଆଜିର ସମାଜରେ ନାରୀଟିଏ କଣ ସୁରକ୍ଷିତ ?ଜାତୀୟତାର ବୋଧ କଣ ସମସ୍ତଙ୍କ ମନରେ ସୃଷ୍ଟି ହୋଇପାରିଛି ?ସମସ୍ତେ କଣ ମନେରଖି ପାରିଛନ୍ତି ବିଶ୍ଵଗୁରୁ ଶ୍ରୀ ରବୀନ୍ଦ୍ରନାଥ ଟାଗୋରଙ୍କର ରଚିତ ସେହି ଦେଶ ପ୍ରୀତିର ଅମୃତ ସଂଗୀତ ଯାହା ଆମ ଦେଶ ଓ ଜାତି ପାଇଁ ଜାତୀୟ ସଂଗୀତର ମାନ୍ୟତା ରଖେ । ଏସବୁ ପ୍ରଶ୍ନର ଉତ୍ତର ପାଇଁ ଆସନ୍ତୁ ଦେଖିବା ଦେଶ ପ୍ରୀତିର ଏକ ଭିନ୍ନ ସ୍ଵାଦର ନାଟକ
“କାହାଣୀ ଏକ ରାତିର” । ନାଟକର ବିଭିନ୍ନ ଚରିତ୍ରରେ –ବଟକୃଷ୍ଣ,ବୈକୁଣ୍ଠ,ହରପ୍ରସାଦ,କେଦାରନାଥ,ଗୋବିନ୍ଦ,ସୌମ୍ୟରଞ୍ଜନ ଅନୁଜ,ସତ୍ୟମ ଓ ମନୀଷା । ଆଲୋକ ଓ ଶବ୍ଦ-ରବୀନ୍ଦ୍ର ମଣ୍ଡପ,ଓଡିଶା ସରକାର
ପୋଷାକ –ଜନତା ଚିତ୍ରାଳୟ
ବେଶ-ବାଞ୍ଛାନିଧି ପଟ୍ଟନାୟକ
ସଂଗୀତ –ପ୍ରତାପ ଓ ବିନୟ
କଣ୍ଠ –ବିନୟ
ରଚନା-ଶ୍ରୀ ସନ୍ତୋଷ କୁମାର ମହାନ୍ତି
ନିର୍ଦ୍ଦେଶନା-ଶ୍ରୀ ଧନେଶ୍ଵର ସାହୁ
ସଂଯୋଜନା-ଶ୍ରୀ ନୃସିଂହ ପ୍ରସାଦ ଦାଶ
ପ୍ରଯୋଜନା-ଯଦୁମଣି ଦାଶ ମେମୋରିଆଲ ଫାଉଣ୍ଡେସନ୍