ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପାଇଁ ଲିଙ୍କନ ସୁବୁଦ୍ଧିଙ୍କ ନାମ ବିଚାର କରାଯାଉଛି-ମୁଖ୍ୟମନ୍ତ୍ରୀ

44681
ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପାଇଁ ସମାଜସେବୀ ଲିଙ୍କନ ସୁବୁଦ୍ଧିଙ୍କ ନାମ ବିଚାର କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଲିଙ୍କନ ଶୁବୁଦ୍ଧି ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମାଜସେବୀ ଲିଙ୍କନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିଥିଲେ ଏବଂ ତାଙ୍କର ସାହାସିକତାର ଉଚ୍ଚପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲିଙ୍କନଙ୍କୁ ରୂପା ତାରକସି କାମର ଉପହାର ମଧ୍ୟ ପ୍ରଦାନ କରିଥିଲେ । ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ସାହସିକତା ପୁରସ୍କାର ସଂପର୍କରେ ସୂଚନା ଦେଇଥିଲେ ।

Share in top social networks!
Powered By Indic IME