ଦାଦନ ଶ୍ରମିକ କର୍ମଚାରୀମାନେ ଦେଶପାଇଁ ବୈଦେଶିକ ମୁଦ୍ରା ସଂଗ୍ରହ କରୁଥିବାରୁ ବିଦେଶ ରେ ତାଙ୍କର ସୁରକ୍ଷା ଆମର ଦାବି

mpkhuntia

ଜାତିକରଣ ଓ ମୁକ୍ତ ବଜାର ଅର୍ଥନୀତି ଫଳରେ ବିଭିନ୍ନ ଦେଶକୁ ଦାଦନ ଲୋକଙ୍କ ସଂଖ୍ୟା ବଢିଛି ,କିନ୍ତୁ ବିଭିନ୍ନ ଦେଶରେ ମୁଖ୍ୟତଃ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଦାଦନ ଲୋକଙ୍କ ଉପରେ ଅନ୍ୟାୟ ,ଅତ୍ୟାଚାର,ଶୋଷଣ,ନିର୍ମାଣ ଓ ଘରୋଇ ଶ୍ରମିକମାନେ ଅଧିକ ଅତ୍ୟାଚାରିତ ହେଉଛନ୍ତି । ଦୁର୍ଘଟଣାରେ ବହୁ ଶ୍ରମିକ ମୃତ୍ତ ଓ ଆହାତ ହେଉଛନ୍ତି ,ପ୍ରତ୍ୟକ ଦାଦନ ଶ୍ରମିକ ମାନଙ୍କ ପାଇଁ ମଜୁରି,ସାମାଜିକ ସୁରାକ୍ଷା,ସ୍ୱାସ୍ଥ୍ୟଚିକିତ୍ସା ,କାର୍ଯ୍ୟକ୍ଷେତ୍ରରେ ନିରାପତ୍ତା ପାଇଁ ପ୍ରତ୍ୟେକ ଦେଶର ଜାତୀୟ ସରକାରମାନେ ଆଗଭର ହୋଇ ଦାନ ଶ୍ରମିକମାନେ ପଠାଇବା ଦେଶ ଓ କାର୍ଯ୍ୟକରୁଥିବା ଦେଶ ମାନଙ୍କ ମଧ୍ୟରେ ଦ୍ଵିପାକ୍ଷୀକ ଚୁକ୍ତି ମାଧ୍ୟମରେ ହୋଇପାରିବ ବୋଲି UNO ଠାରେ ଜାତିସଂଘ ରେ UNO High level diloge ରେ ଗତ ତା ୨/୧୦/୨୦୧୩ ରିଖ ଠାରୁ ତା ୪/୧୦/୨୦୧୩ ରିଖ ପର୍ଯ୍ୟନ୍ତ ନ୍ୟୁୟର୍କ ଠାରେ ଚାଲିଥିବା ସମ୍ମିଳନୀରେ ଭାଗଣେଇ ବରିଷ୍ଠ ଶ୍ରମିକ ନେତା ତଥା ରାଜ୍ୟସଭା ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି । ବିଶେଷଭାବରେ କତାର ଠାରେ FIFA ର ଚାଲିଥିବା ନିର୍ମାଣ କାର୍ଯ୍ୟରେ ବହୁଲୋକ ଦୁର୍ଘଟଣାରେ ମୃତାହତ ହେଉଥିବାରୁ ଦାଦନ ଶ୍ରମିକମାନଙ୍କ ର ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାକୁ ରୋକିବା ପାଇଁ UNO ଦୃତ ପଦକ୍ଷେପ ନେବା ଓ ବିଦେଶରେ ଦାଦନ ଶ୍ରମିକମାନଙ୍କର ଦରମା,ସାମାଜିକ ସୁରକ୍ଷା,ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଜାତୀୟ ସରକାର ମାନେ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ଗତ ତା ୨/୧୦/୨୦୧୩ ରିଖ Thomas Paine Park, Folly square ଠାରେ ଅନୁଷ୍ଠିତ ଶୋଭାଯାତ୍ରା ଓ ସଭାରେ ଭାଗଣେଇ ଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆ ନ୍ୟୁୟର୍କ ଠାରେ ଦାବି କରିଛନ୍ତି ।

Share in top social networks!
Powered By Indic IME