କେହି ଜଣେ ଭଲ ଲାଗେରେ

1374227_1443491679209985_1611263686_n
ବେଶ୍ କିଛି ବ୍ୟବଧାନ ପରେ ଆଶୁତୋଷ ମୁଭିଜ ନିର୍ମାଣ କରିଛି ଏହି ରୋମାଣ୍ଟିକ୍ ସିନେମା । ଏହାର ମୁଖ୍ୟ ଆକର୍ଷଣ ହେଲେ ଓଲିଉଡର ହିଟ୍ ଯୋଡ଼ି ଅନୁଭବ ଓ ବର୍ଷା । ପୁଣି ଏମାନଙ୍କ ସହ ଅଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା,ନମ୍ରତା ଦାସ,ପୃଥ୍ଵୀରାଜ,ମନୋଜ ପଣ୍ଡା,ସଲିଲ ମିତ୍ର,କୁନା ତ୍ରିପାଠୀ,ମଧୁମିତା,ସୁକାନ୍ତ ରଥ,ଶ୍ରୀରାଜ,ବିଦୁସ୍ମିତା ପ୍ରମୁଖ । ପ୍ରଯୋଜନାରେ ଅଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା,କୁଶରଞ୍ଜନ ପଟ୍ଟନାୟକ,ବୁଦ୍ଧଦେବ ସାହୁ ଓ କେଦାର ରାଉତ । ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ମୁରଲୀ କ୍ରୀଷ୍ଣା । ସଙ୍ଗୀତରେ ଅଭିଜିତ ମଜୁମଦାର ଥିବାବେଳେ ସଂଳାପରେ ଅଛନ୍ତି ବିଜୟ ମଲ୍ଲ । ପୂଜା ଦର୍ଶକଙ୍କ ରୁଚି ତଥା କଡା ମୁକାବିଲାକୁ ଆଖିରେ ରଖି ଏଥିରେ ଏକ ଦମଦାର ସବୁପ୍ରକାର ମସଲା ରଖାଯାଇଥିବା କୁହାଯାଇଛି । ଏହା ଏକ ରୋମାଣ୍ଟିକ ପୃଷ୍ଠଭୂମି ଭିତରେ ଲୁଚି ରହିଛି ଏକ ଚମତ୍କାର ପାରିବାରିକ କାହାଣୀ । ଯାହାକୁ ସୁନ୍ଦର ଭାବେ ଏହି ସିନେମାରେ ପ୍ରଦର୍ଶନ କରାଯାଇଛି ।