ଫକୀରମୋହନ ଫାଉଣ୍ଡେସନ୍ ଓ ପର୍ଯ୍ୟଟନ ବିଭାଗ ଦ୍ଵାରା ‘ଛମାଣ ଆଠଗୁଣ୍ଠ’ର ନୃତ୍ୟାଭିନୟ

ଫକୀର ମୋହନ ଫାଉଣ୍ଡେସନ (ନୂଆଦିଲ୍ଲୀ) ଏବଂ ଓଡିଶା ସରକାରଙ୍କ ସଂସ୍କୃତ ଓ ପର୍ଯ୍ୟଟନ ବିଭାଗ ମିଳିତ ଆନୁକୁଲ୍ୟରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଲୋକପ୍ରିୟ ଉପନ୍ୟାସ ‘ଛମାଣ ଆଠଗୁଣ୍ଠ’ନୃତ୍ୟ ନାଟକ ମାଧ୍ୟମରେ ପରିବେଷଣ ହୋଇଥିଲା କଟକ ସହିଦ ଭବନରେ । ଦିଲ୍ଲୀ ଓ ମୁମ୍ବାଇର କଳାକାରମାନେ ଏହାକୁ ୨୮ ତାରିଖ ସନ୍ଧ୍ୟାରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ଏକ ପ୍ରାମାଣିକ ଚଳଚିତ୍ର ‘ଅନ୍ଵେଷଣ’ର କିଛି ଅଂଶ ପ୍ରଦର୍ଶିତ ହୋଇଥିଲା । ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଗୋପାଳ ବଲ୍ଲବ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ,ଚଳଚ୍ଚିତ୍ର ଅଭିନେତା ପ୍ରଶାନ୍ତ ନନ୍ଦ ,ଲେଖିକା ପ୍ରତିଭା ରାୟ ସମ୍ମାନିତ ଅତିଥି ଭାବେ ଭାଷଣ ଦେଇଥିଲେ । ପ୍ରତିଭାରାୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦିଲ୍ଲୀର କବିତା ଦ୍ଵିବେଦୀ,ସାରୋନ ଲୋଏନା ଓ ମୁମ୍ବାଇ ତାରକା ଟମ୍ ଅଲଟର୍ ଙ୍କ ଉପସ୍ଥାପନା ଆକର୍ଷଣୀୟ ହୋଇଥିଲା । ଡଃ ମୋନିକା ଦାସ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ବରଦା ପ୍ରସନ୍ନ ଦାସ ।