ଏଲପିଜି ସିଲିଣ୍ଡର କଟକଣାକୁ ଉପା ସହଯୋଗୀଙ୍କ ବିରୋଧ, କଟକଣା କୋହଳ ସମ୍ଭାବନା

ବର୍ଷକୁ ମାତ୍ର 6ଟି ଗ୍ୟାସ୍ ସିଲିଣ୍ଡର ସବସିଡିରେ ମିଳିବ। ଅଧିକ ସିଲିଣ୍ଡର ପାଇଁ ବଜାର ଦର ହିସାବରେ ସିଲିଣ୍ଡର ପିଛା ଟଙ୍କା ଦେବାକୁ ପଡ଼ିବ। ସବସିଡିରେ ମିଳୁଥିବା ଏଲପିଜି ସିଲିଣ୍ଡର ଯୋଗାଣ ବର୍ଷକୁ 6ଟିରେ ସୀମିତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ବିରୋଧୀ ଦଳ ସହ ଉପାର କିଛି ସହଯୋଗୀ ଦଳ ଏହାକୁ ବିରୋଧ କରୁଛନ୍ତି। ତେଣୁ ସରକାର ଏଲପିଜି ସିଲିଣ୍ଡର ଯୋଗାଣ ଉପରେ ଲଗାଇଥିବା କଟକଣାକୁ ଆଂଶିକ କୋହଳ କରିବା ସମ୍ଭାବନା ଦେଖାଦେଇଛି। ମିଳିଥିବା ସୂଚନା ଅନୁସାରେ ଏଲପିଜି ସିଲିଣ୍ଡର ଯୋଗାଣ କଟକଣାକୁ ବାର୍ଷିକ 6ଟି ପରିବର୍ତ୍ତେ 10ଟିକୁ ବୃଦ୍ଧି କରାଯାଇପାରେ।

 

Share in top social networks!