ରାଜ୍ୟ କୃଷିମନ୍ତ୍ରୀଙ୍କ ମୋହର ; ଓଡିଶା କୃଷି ଶିଳ୍ପ ନିଗମ କର୍ମଚାରୀମାନେ ଅଧିକ ୨୮% ମହଙ୍ଗା ଭତ୍ତା ପାଇବେ

DSC00257
ଓଡିଶା କୃଷି ଶିଳ୍ପ ନିଗମ କର୍ମଚାରୀମାନେ (The Odisha Agro Industries Corporation Ltd.) ଅତିରକ୍ତ ୨୮% ମହଙ୍ଗା ଭତ୍ତା ପାଇବେ । ରାଜ୍ୟ କୃଷି,ମତ୍ସ୍ୟ ଓ ପଶୁସମ୍ପଦ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଏ ସଙ୍କ୍ରାନ୍ତୀୟ ଫାଇଲକୁ ଅନୁମୋଦନ କରିଛନ୍ତି । ଫଳରେ ସମ୍ପୃକ୍ତ କର୍ମଚାରୀମାନେ ପିଛିଲା ଭାବେ ଗତ ୨୦୧୦ ମସିହା ଜୁଲାଇ ପହିଲାରୁ ୧୬% ଏବଂ ୨୦୧୧ ମସିହା ଜାନୁଆରୀ ପହିଲାରୁ ୧୨% ଏହିଭଳି ସମୁଦାୟ ୨୮% ଅତିରିକ୍ତ ମହଙ୍ଗା ଭତ୍ତା ପାଇବେ ବୋଲି ଜଣାଯାଇଛି ।