ଆଜି ପୌରାଧ୍ୟକ୍ଷ ନିର୍ବାଚନ ; ଅଧିକ ଆସନ ହାତେଇବାକୁ ବିଜେଡ଼ି ଓ କଂଗ୍ରେସର ପ୍ରୟାସ

MAP-11
ବ୍ରହ୍ମପୁର ମହାନଗର ନିଇଗମ ସମେତ ୬୫ ଟି ପୌରପରିଷଦ ରେ ହୋଇଥିବା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଆଜି ପୌରାଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ତେବେ ଏହିପରି ସ୍ଥିତିରେ ବିଜେଡ଼ି ୪୧ଟି ସ୍ଥାନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ଅଧିକ ସ୍ଥାନରେ ପୌରପରିଷଦ ଗଠନ କରିବା ପାଇଁ ଦଳର ନେତାମାନେ ଆଶାବାଦୀ ଅଛନ୍ତି । ଅପରପକ୍ଷେ କଂଗ୍ରେସ ୧୦ଟି ସ୍ଥାନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାବେଳେ ଏହି ସଂଖ୍ୟା ଅଧିକ ହେବ ବୋଲି ପିସିସି ସଭାପତି ଜୟଦେବ ଜେନା ଆଶା କରିଛନ୍ତି । ତେବେ ଏହି ସଂଖ୍ୟା କେତେ ହେବ ଏହାକୁ ନେଇ ସେ କୌଣସି ମନ୍ତବ୍ୟ ପ୍ରଦାନ କରିନାହାନ୍ତି । ଆସନ୍ତାକାଲି ପୌରାଧ୍ୟକ୍ଷ ନିର୍ବାଚନ ହେବାର ରହିଥିବାବେଳେ ଆଜି ନବୀନ ନିବାସ ବେସ ଚଳଚଞ୍ଚଳ ରହିଥିଲା । ବିଜୟୀ କର୍ପୋରେଟର ଓ କାଉନ୍ସିଲର ମାନଙ୍କ ସହିତ ଦଳର ବରିଷ୍ଠ ନେତାମାନଙ୍କ ଗହଣରେ ନବୀନ ଯାଇଥିବା ବେଳେ ପୌରାଧ୍ୟକ୍ଷ ପଦବୀରେ କାହାକୁ ବସାଯିବ ଏଥିନେଇ ଦଳର ହାଇକମାଣ୍ଡ ସ୍ଥିର କରୁଛନ୍ତି । ଆଜି ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର ମାନଙ୍କୁ ନବୀନ ନିବାସ ନିକଟରେ ଦେଖିବାକୁ ମିଳିଥିଲା । ଏହାପରେ ସେମାନେ ସାମୁହିକ ଭାବେ ଲିଙ୍ଗରାଜ ମନ୍ଦିର ଯାଇ ଦର୍ଶନ କରିଥିଲେ । ଗୋଟିଏ ପଟେ ବିଜେଡ଼ି ଦଳ ପକ୍ଷରୁ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ସେ ଅଧିକ ସ୍ଥାନରେ ପୌରପରିଷଦ ଗଠନ କରିବ ବୋଲି ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ମତାପ୍ରକାଶ କରିଛନ୍ତି । ତେବେ ସମସ୍ତଙ୍କର ନଜର ରହିଛି ଏବେ ସୋମବାରକୁ । ଆସନ୍ତାକାଲି ଦିନ ୧୦ରୁ ୧୧ ତା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରାଯିବ । ଏହାପରେ ଦିନ ୧.୩୦ରୁ ୨.୩୦ ମଧ୍ୟରେ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି ।

Share in top social networks!
Powered By Indic IME