ଏଲପିଜି ସିଲିଣ୍ଡର ନେଇ ସରକାରଙ୍କ କଟକଣା, ଗୃହିଣୀ ଅସନ୍ତୁଷ୍ଟ

ବର୍ଷକୁ ଏବେ ମାତ୍ର 6ଟି ଗ୍ୟାସ୍ ସିଲିଣ୍ଡର ସବସିଡିରେ ମିଳିବ। ଅଧିକ ସିଲିଣ୍ଡର ପାଇଁ ବଜାର ଦର ହିସାବରେ ସିଲିଣ୍ଡର ପିଛା ଦେବାକୁ ପଡ଼ିବ 7 ଶହ 62 ଟଙ୍କା। ଏଲପିଜି ସିଲିଣ୍ଡର ନେଇ ସରକାରଙ୍କ କଟକଣା ସିଧାସଳଖ ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି। ସରକାରଙ୍କ ଏହି ନିଷ୍ପତ୍ତିରେ ଗୃହିଣୀ ଅସନ୍ତୁଷ୍ଟ। ଗତ ବର୍ଷକ ମଧ୍ୟରେ ଦରଦାମ ହୁ ହୁ ହୋଇ ବଢୁଥିବା ବେଳେ ଏଥର ଏଲପିଜି ଗ୍ୟାସ୍ ଦର ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ମଧ୍ୟବିତ୍ତ ପରିବାର ମାସିକ ବଜେଟକୁ ମଧ୍ୟ ସିଧାସଳଖ ପ୍ରଭାବିତ କରିବ ବୋଲି ଗୃହିଣୀମାନେ ଆଶଙ୍କା କରୁଛନ୍ତି। 4 ଜଣିଆ ଛୋଟ ପରିବାର ମଧ୍ୟ 6ଟି ସିଲିଣ୍ଡରରେ ଚଳିପାରିବେ ନାହିଁ ବୋଲି ଗୃହିଣୀମାନେ କହିବା ସହିତ ସରକାର ଏହି କଟକଣା ପ୍ରତ୍ୟାହାର କରିନେବାକୁ ଦାବି କରିଛନ୍ତି।  

 

 

Share in top social networks!