ମତ୍ସ୍ୟ ଓ ଗୋପାଳନ ଋଣର ସୁଧ ଉପରେ ରିହାତି ପାଇଁ ସରକାରୀ ନିଷ୍ପତ୍ତି

achryaa
ରାଜ୍ୟରେ ମତ୍ସ୍ୟ ଚାଷ ଓ ଗୋପାଳନ ପାଇଁ ଚାଷୀମାନେ ନେଉଥିବା ସ୍ୱଳ୍ପ ମିଆଦୀ ଋଣରେ ଅଧିକ ସୁଧ ରିହାତି ଦେବା ପାଇଁ ରାଜ୍ୟସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଷ୍ଟ୍ରାଦତ୍ତ ବ୍ୟାଙ୍କ,ଗ୍ରାମ୍ୟ ବ୍ୟାଙ୍କ,ସମବାୟ ବ୍ୟାଙ୍କ କିମ୍ବା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଏଥିପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିଆଯାଇଥିବା ଦୀର୍ଘ ମିଆଦୀ ଋଣ ଉପରେ ରାଜ୍ୟ ସରକାର ୩% ସୁଧ ଛାଡ କରିବେ ଏବଂ ଯେଉଁମାନେ ନିୟମିତ ଋଣ ପରିଶୋଧ କରିବେ ସେମାନେ ଆଉ ଅଧିକ ୨% ଏହିପରି ସର୍ବମୋଟ ସୁଧ ଉପରେ ୫% ରିହାତି ପାଇପାରିବେ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ସେହିପରି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ମିଆଦୀ ଋଣର ସୁଧ ଉପରେ ୫% ଏବଂ ନିୟମିତ ଋଣ ପରିଶୋଧ କଲେ ଅଧିକ ୩% ଏହିପରି ମୋଟ ୮% ସୁଧ ରିହାତି ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ଏହି ସମସ୍ତ ଆର୍ଥିକ ବୋଝ ରାଜ୍ୟ ସରକାର ବହନ କରିବେ । ରାଜ୍ୟ ସରକାରଙ୍କ ଏହି ସୁଧ ଛାଡ ବ୍ୟବସ୍ଥା ଫଳରେ ମତ୍ସ୍ୟଚାଷୀ ଓ ଦୁଗ୍ଧ ଉତ୍ପାଦନକାରୀମାନେ ଅଧିକ ପୋତ୍ସାହନ ପାଇବା ସଙ୍ଗେସଙ୍ଗେ ଉତ୍ପାଦନ,ଦୁଗ୍ଧଉତ୍ପାଦନ , ଗୋପାଳନ ବୃଦ୍ଧିରେ ଏହା ସହାୟକ ହେବ ।