ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, 66 ହଜାର 183 ପରୀକ୍ଷାର୍ଥୀ ଦେବେ ପରୀକ୍ଷା

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ 24 ତାରିଖରେ ଶେଷ ହେବ। ରେଗୁଲାର ଶୃଙ୍ଖଳାରେ 54 ହଜାର 183ଜଣ ଏବଂ ଏକ୍ସ ରେଗୁଲାରରେ 11ହଜାର 957ଜଣ ଏପରି ସର୍ବମୋଟ 66 ହଜାର 183 ପରୀକ୍ଷାର୍ଥୀ ପରାକ୍ଷା ଦେବେ। 277ଟି କେନ୍ଦ୍ରରେ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଚାଲିବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସକାଳ 10ଟାରୁ ଆରମ୍ଭ ହୋଇ 12.30ରେ ଓ ଦ୍ଵିତୀୟ ପର୍ଯ୍ୟାୟ ଅପରାହ୍ନ 1.30ରୁ ଆରମ୍ଭ ହୋଇ 4ଟାରେ ଶେଷ ହେବ। କପି ରୋକିବା ପାଇଁ 50ଟି ସ୍କ୍ବାର୍ଡ ଗଠନ କରାଯାଇଛି। ପ୍ରଶ୍ନପତ୍ର ଲିକ୍, ନକଲି ପରୀକ୍ଷାର୍ଥୀ ଓ କପି ରୋକିବା ପାଇଁ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟ୍ରୋଲରୁମ୍ ଖୋଲାଯାଇଛି ବୋଲି ବୋର୍ଡର ସଭାପତି ଡ. ସତ୍ୟକାମ ମିଶ୍ର ସୂଚନା ଦେଇଛନ୍ତି।

 

Share in top social networks!