ହୀରାକୁଦ ଡ୍ୟାମ୍, ସେକେଣ୍ଡକୁ 21 ହଜାର 569 ଘନଫୁଟ ଜଳ ନିଷ୍କାସନ

ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ। ହୀରାକୁଦ ଡ୍ୟାମ୍ ଜଳସ୍ତର ରବିବାର ରାତି ସୁଦ୍ଧା 624.02 ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ 1 ଲକ୍ଷ 85 ହଜାର 294 ଘନଫୁଟ ଜଳ ପ୍ରବେଶ କରୁଛି। ରବିବାର ରାତିରେ 3ଟି ଗେଟ୍ ବନ୍ଦ କରାଯାଇ 6ଟି ଗେଟରେ ପ୍ରତି ସେକେଣ୍ଡରେ 95 ହଜାର 880 ଘନଫୁଟ ଜଳ ଡ୍ୟାମ୍ ଜଳ ଭଣ୍ଡାରରୁ  ମହାନଦୀକୁ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ବରଗଡ଼ କେନାଲରେ 3425, ଶାସନ କେନାଲରେ 300, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରୀରେ 61 ଓ ହୀରାକୁଦ ଡିଷ୍ଟ୍ରିବ୍ୟୁଟାରୀରେ 7 କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ହାରାହାରି ବୃଷ୍ଟିପାତ ଶନିବାର ସକାଳୁ ରବିବାର ସକାଳ ସୁଦ୍ଧା ଡ୍ୟାମ୍ ଉପରମୁଣ୍ଡରେ 3.84 ମିମି ଓ ତଳମୁଣ୍ଡରେ 19.14 ମିମି ରେକର୍ଡ କରାଯାଇଛି। ପ୍ରତି ସେକେଣ୍ଡରେ 31 ହଜାର 569 ଘନଫୁଟ ଜଳ ନିଷ୍କାସନ କରାଯାଉଛି।  

 

 

Share in top social networks!