ଭୁବନେଶ୍ଵର ଅଲ୍ଇଣ୍ଡିଆ ଇନିଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସ (ଏମ୍ସ), 21ରୁ ପାଠପଢ଼ା ଆରମ୍ଭ

ଭୁବନେଶ୍ଵରର ଅଲ୍ଇଣ୍ଡିଆ ଇନିଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସ (ଏମ୍ସ)ରେ ଆସନ୍ତା 21 ତାରିଖରୁ ପାଠପଢ଼ା ଆରମ୍ଭ ହେବ। ଏହି ସୂଚନା ଦେିଇଛନ୍ତି ଏମ୍ସର ନିର୍ଦ୍ଦେଶକ ଅଶୋକ କୁମାର ମହାପାତ୍ର। ଚଳିତ ବର୍ଷ 50ଜଣ ଛାତ୍ରଛାତ୍ରୀ ଏଠାରେ ନାମ ଲେଖାଇଛନ୍ତି। ସେମାନଙ୍କ ମଧ୍ୟରୁ 38 ଜଣ ଛାତ୍ର ଥିବାବେଳେ 12 ଜଣ ଛାତ୍ରୀ। ସେମାନଙ୍କୁ 4ଟି ବିଷୟରେ ଶିକ୍ଷାପ୍ରଦାନ କରାଯିବ। ଛାତ୍ରଛାତ୍ରୀ ଏବଂ ପ୍ରଫେସରଙ୍କ ରହିବା ପାଇଁ କ୍ୟାମ୍ପସ ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟବସ୍ଥା କରାଯାଇଛି ବୋଲି ଏମ୍ସର ନିର୍ଦ୍ଦେଶକ କହିଛନ୍ତି।

Share in top social networks!
Powered By Indic IME