ମାଲବାହୀ ଯାନ/ଭାରୀଟ୍ରକ୍ ଗୁଡିକର ଦିଗ ପରିବର୍ତ୍ତନ

downloadଏତଦ୍ୱାରା ଜଣାଇଦିଆଯାଉଅଛି ଯେ,ଆସନ୍ତା ସେପ୍ଟେମ୍ବର ୨୧,୨୦୧୩ ଠାରୁ ମାଲବାହୀ ଯାନ/ଭାରୀଟ୍ରକ୍ (୬ ଚକିଆ କିମ୍ବା ତା’ଠାରୁ ଅଧିକ ଯାନଗୁଡିକ)ଖୋର୍ଦ୍ଧ ପଟରୁ ଆସୁଥିଲେ ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୂଳିଆ ଛକରୁ ମଙ୍ଗୁଳି ପର୍ଯ୍ୟନ୍ତ ସର୍ପେଶ୍ଵର,ରାଧାମାଧବପୁର,ଜାତୀୟ ରାଜପଥ ୪୨,ଚୌଦ୍ଵାର,ମଙ୍ଗୁଳି ପର୍ଯ୍ୟନ୍ତ ସକାଳ ୬ଘଟିକା ଠାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ଦିଗ ପରିବର୍ତ୍ତନ କରିବେ । ଠିକ୍ ସେହିପରି ମାଲବାହୀ ଭାରୀ ଟ୍ରକ୍ (୬ ଚକିଆ କିମ୍ବା ତା’ଠାରୁ ଅଧିକ ଯାନଗୁଡିକ)ଜାତୀୟ ରାଜପଥ ୫ କୁ ଚୌଦ୍ଵାର ଆଡୁ ଆସୁଥିଲେ ମଙ୍ଗୁଳି ଛକରୁ ଦିଗ ପରିବର୍ତ୍ତନ କରି ତ୍ରିଶୁଳିଆ ପର୍ଯ୍ୟନ୍ତ ଚୌଦ୍ଵାର ରାଧାମାଧବପୁର,ସର୍ପେଶ୍ଵର,ମଣ୍ଡୁଳି ପର୍ଯ୍ୟନ୍ତ ଯାତାୟତ କରିବେ । ଏହି ଆଦେଶ ଅବମାନନା କଲେ ଓଡିଶା ସହରାଞ୍ଚଳ ପୋଲିସ ନିୟମ,୨୦୦୩ ର ୯୬ ଧାରା ଅନୁଯାୟୀ ୫୦୦ ଟଙ୍କାରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି କମିଶନର ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏକ ବିଜ୍ଞପ୍ତିରେ ଜଣାଇଛନ୍ତି ।

Share in top social networks!
Powered By Indic IME