ଆଜି ପଶ୍ଚିମ ଓଡିଶା ବନ୍ଦ

ରାଜ୍ୟରେ ପୌର ନିର୍ବାଚନ ପାଇଁ ଆସନ୍ତାକାଲି ୧୯ସେପ୍ଟେମ୍ବର ମତଦାନ ହେଉଥିବାବେଳେ ନିର୍ବାଚନକୁ ବର୍ଜନ କରିଥିବା ପଶ୍ଚିମ ଓଡିଆ ବନ୍ଦ ପାଳନ କରିବ । ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଆସନ୍ତାକାଲି ସିଏସି (କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି)ର ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ,ସାମାଜିକ ଓ ସାଂସ୍କୃତିକ ସଂଗଠନ ସମର୍ଥନ ଜଣାଇଛନ୍ତି ।

ବନ୍ଦକୁ ସମର୍ଥନ କରି ଶତାଧିକ ସଂଗଠନ ଆଗେଇ ଆସିଥିବାରୁ ଆଗକୁ ଆନ୍ଦୋଳନ ବ୍ୟାପକ ହେବ ବୋଲି ଜଣାପଡିଛି । ପାଲ୍ କମିଶନ ପ୍ରତ୍ୟାହାର କରି ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଅବଧି ଅତିକ୍ରାନ୍ତ ହେବା ପରେ ୨୦ ଅଗଷ୍ଟରୁ ପଶ୍ଚିମ ଓଡିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ ଆରମ୍ଭ ହୋଇଥିଲା । ଓଡିଶାରେ ଅନ୍ୟ ଅଞ୍ଚଳରେ ଆସନ୍ତାକାଲି ପୌର ଭୋଟ ହେଉଥିବା ବେଳେ ପଶ୍ଚିମ ଓଡିଶା ବନ୍ଦକୁ ସଂପୂର୍ଣ୍ଣ ସଫଳ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ବନ୍ଦକୁ ସଫଳ କରିବାକୁ ଆଜି ଜୋରଦାର ପ୍ରସ୍ତୁତି ଚାଲିଛି । ସମ୍ବଲପୁରରେ ସକାଳେ ରେଳରୋକ କରାଯିବା ସହ ସମସ୍ତ ଦୋକାନ ବଜାର ବନ୍ଦ କରାଯିବ । ଆନ୍ଦୋଳନ ପ୍ରତି ଜନ ସମର୍ଥନ ରହିଥିବାରୁ ବନ୍ଦ ସଂପୂର୍ଣ୍ଣ ସଫଳ ହେବ ବୋଲି ସଂଘ ଆଶା ରଖିଛି ।

Share in top social networks!
Powered By Indic IME