୧୦ ହଜାର ବନବାସୀ ଗ୍ରାମରେ ପହଞ୍ଚିବ ଜନଜାତି ଅଧିକାର ସଚେତନତା

ବନବାସୀ କଲ୍ୟାଣ ଆଶ୍ରମର ପ୍ରତିଷ୍ଠାତା ବନଯୋଗୀ ବାଳା ସାହେବ ଜନ୍ମ ଶତାବ୍ଦୀ ସମାରୋହ ଅବସରରେ ଆସନ୍ତା ଡିସେମ୍ବର ୨୬ ତାରିଖରେ ଭୁବନେଶ୍ଵରରେ କାନଜାତି ଅଧିକାର ସମାବେଶ ଆୟୋଜନ କରାଯିବ ବୋଲି ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରାଯାଇଛି । ଏ ସମ୍ପର୍କରେ ସୂଚନାଦେଇ ବନବାସୀ କଲ୍ୟାଣ ଆଶ୍ରମର ସାଧାରଣ ସମ୍ପାଦକ ଡଃ ଲକ୍ଷ୍ମୀକାନ୍ତ ଦାସ କହିଲେ ଯେ,ସ୍ଵାଧୀନତାର ୬୬ ବର୍ଷ ପରେ ମଧ୍ୟ ଜନଜାତି ସମାଜ ବୁନିଆଦି ସୁବିଧା ସୁଯୋଗରୁ ବଞ୍ଚିତ ହେବା ସହ ଜଳ,ଜମି ଓ ଜଙ୍ଗଲ ଉପରେ ଥିବା ନଜର ମଧ୍ୟ ବଞ୍ଚିତ ହୋଇଛନ୍ତି ।

ତେଣୁ ଗ୍ରାମୀଣ ସ୍ତରରୁ ଜନଜାତିମାନଙ୍କର ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଅଭିଯାନ ଜାରି ରହିବ । ବିଶେଷକରି ସେମାନନକର ଜଳ,ଜମି ଓ ଜଙ୍ଗଲ ଉପରେ ଅଧିକାର ବିସ୍ଥାପିତ ଙ୍କ ଥଇଥାନ ଏବଂ ପୁନର୍ବାସର ଅଧିକାର ଜାତିଗତ ସଂରକ୍ଷଣ ଓ ସୁବିଧାର ଅଧିକାର ପାରମ୍ପରିକ ସଂସ୍କୃତି ର ସୁରକ୍ଷାର ଅଧିକାର ନିଯୁକ୍ତି ତଥା କର୍ମସଂସ୍ଥାନର ଅଧିକାର ଏବଂ ପ୍ରାକୃତିକ ସଂଶୋଧନ ଲାଭାଂଶ ଉପରେ ଅଧିକାର କିପରି ପାଇପାରିବେ ସେ ସମ୍ପର୍କରେ ବ୍ୟବସ୍ଥା କରାଯିବ ।

ଏ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ନିର୍ମାଣ କରାଇବା ପାଇଁ ବନବାସୀ କଲ୍ୟାଣ ଆଶ୍ରମ ପ୍ରତିଷ୍ଠା ର ୬୦ ବର୍ଷ ଓ ସ୍ଵାମୀ ବିବେକାନନ୍ଦ ଙ୍କ ୧୫୦ ତମ ଜନ୍ମଜୟନ୍ତୀ ଅବସରରେ ଜନ୍ମଜାତି ଅଧିକାର ସଚେତନତା ଅଭିଯାନ, ଆସନ୍ତା ୨୦ ତାରିଖ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ୧୦ ହଜାର ବନବାସୀ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚିବାର ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ପୁସ୍ତକ ରାଷ୍ଟ୍ର ସେବାରେ ସମର୍ପିତ ବନବାସୀ କାଳଯାନ ଆଶ୍ରମ ଏବଂ କ୍ୟାଲେଣ୍ଡରର ବିମୋଚନ କାର୍ଯ୍ୟକାରୀ ସଭାପତି ଜଗଦୀଶ ପ୍ରସାଦ ମିଶ୍ର କରିବେ ବୋଲି ସାଧାରଣ ସମ୍ପାଦକ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

Share in top social networks!
Powered By Indic IME