ଖିମଜୀରେ ରାଡୋ ଘଣ୍ଟାର ଏକ୍ସକ୍ଲୁସିଭ୍ କଲେକସନ୍, ପ୍ରାଇସ୍ ରେଞ୍ଜ 1 ଲକ୍ଷରୁ 45 ଲକ୍ଷ

ଖିମଜୀ ଶୋରୁମରେ ସୁଇଜରଲ୍ୟାଣ୍ଡଭିତ୍ତିକ ଘଣ୍ଟା ନିର୍ମାତା ରାଡୋ ଦ୍ବାରା ନିର୍ମିତ ନୂଆ କଲେକ୍ସନର 30ଟି ଭେରାଇଟି ଘଣ୍ଟା ସ୍ଥାନ ପାଇଛି। ଏଠାରେ ରାଡୋ ସିଣ୍ଟା, ହାଇଟେକ୍ ସେରାମିକ୍, ହାଇଟେକ୍ ଡାଇମଣ୍ଡ, କ୍ଲାସିକ ଆଣ୍ଡ ଫ୍ଲୁଇଡ୍ ସେଣ୍ଟ୍ରିକ୍, ଡି ଷ୍ଟାର ଆଦି ନୂଆ ମଡେଲ ଘଣ୍ଟା ରହିଛି। ଏହି ଘଣ୍ଟାଗୁଡ଼ିକର ପ୍ରାଇସ ରେଞ୍ଚ 1 ଲକ୍ଷ ଟଙ୍କାରୁ 45 ଲକ୍ଷ ଟଙ୍କା ମଧ୍ୟରେ ରହିଛି। ଦେଖିବାକୁ ବେଶ ଆକର୍ଷଣୀୟ ଲାଗୁଥିବା ରାଡୋର ଏହି ସ୍କ୍ରାଚ୍ ପ୍ରୁଫ୍ ହାଇଟେକ୍ ଘଣ୍ଟାଗୁଡ଼ିକ ପାର୍ଟି ଉଇୟର୍, ଫର୍ମାଲ ଉଇୟର୍, କାଜୁଆଲ୍, ଫ୍ୟାସନ୍ ଓ ସ୍ପୋର୍ଟି ଉଇୟର୍ ପାଇଁ ବେଶ ଉପଯୋଗୀ। ଖିମଜୀ ଶୋରୁମରେ ଏହି ଘଣ୍ଟାଗୁଡ଼ିକ ତିନି ସପ୍ତାହ ଧରି ପ୍ରଦର୍ଶନ ହେବ। ଗ୍ରାହକମାନେ ସେମାନଙ୍କ ପସନ୍ଦ ମୁତାବକ ଘଣ୍ଟା ଅର୍ଡର କରିବା ପରେ ଶୋରୁମ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଖିମଜୀର ଡାଇରେକ୍ଟର ସୁମିତ ଖିମଜୀ କହିଛନ୍ତି। ଏହି ଘଣ୍ଟା ଖିମଜୀର ଉଭୟ ବୁବନେଶ୍ବର ଓ କଟକ ଶୋରୁମରେ ଉପଲବ୍ଧ ହେବ।

Share in top social networks!