ମୁସଲିମ ମହିଳା ଆନ୍ଦୋଳନକୁ ସମର୍ଥନ ଜଣାଇ ସମାଜସେବୀ ଙ୍କ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

ତିନିଥର ଉଚ୍ଚାରିତ ତଲାକ୍ ବ୍ୟବସ୍ଥାର ଉଚ୍ଛେଦ ପାଇଁ ଆରମ୍ଭ ହୋଇଥିବା ମୁସଲିମ ମହିଳା ଆନ୍ଦୋଳନକୁ ସମାଜସେବୀ ବଂଶିଧର ନାୟକ ସମର୍ଥନ ଜଣାଇଛନ୍ତି । ଶ୍ରୀ ନାୟକ ଭାରତରେ ବସବାସ କରୁଥିବା ପ୍ରତ୍ୟେକ ସମ୍ପ୍ରଦାୟ ଭାରତୀୟ ସମ୍ବିଧାନ କୁ ଉଚିତ ସମ୍ମାନ ଦେବା,ଜନ୍ମ ନିୟନ୍ତ୍ରଣକୁ ପ୍ରତ୍ୟେକ ନାଗରିକ ନିଷ୍ଠା ଓ ସହୃଦୟତାର ସହିତ ପାଳନ କରିବା,କୌଣସି ନାଗରିକ ଦ୍ଵିତୀୟ ବିବାହ କରିପାରିବେ ନାହିଁ , ଦୁଇଟି ସନ୍ତାନରୁ ଅଧିକ ନାଗରିକ କୌଣସି ଉଚ୍ଚ ପଦପଦବୀରେ ରହି ପାରିବେ ନାହିଁ । ଦୁଇଟି ସନ୍ତାନରୁ ଅଧିକ ଥିବା ସରକାରୀ ବେସରକାରୀ କର୍ମଚାରୀଙ୍କ ପ୍ରମୋସନ ବାର୍ଷିକ ନଇକ୍ରିମେଣ୍ଟ କୁ ବନ୍ଦ କରାଯିବା ନିମନ୍ତେ ଦୃଢ ପଦକ୍ଷେପ ଗ୍ରହଣ ନିମନ୍ତେ ଶ୍ରୀ ନାୟକ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇଥିବାର ଜଣାଯାଇଛି । ପ୍ରଧାନମନ୍ତ୍ରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଶ୍ରୀ ନାୟକ ନିବେଦନ ଜଣାଇଛନ୍ତି ।