ଶ୍ରମ ଆୟୋଗ-ବ୍ୟାଙ୍କ୍ ସଂଘ ଆଲୋଚନା ବିଫଳ, ଦୁଇଦିନିଆ ବ୍ୟାଙ୍କ୍ ଧର୍ମଘଟ ଆରମ୍ଭ

ଆଜିଠାରୁ ରାଷ୍ଟ୍ରାୟତ ବ୍ୟାଙ୍କ୍ କର୍ମଚାରୀମାନଙ୍କର ଦୁଇଦିନିଆ ଧର୍ମଘଟ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ଶ୍ରମ ଆୟୋଗ ଓ ସଂଘ ମଧ୍ୟରେ ବୈଠକ ବସିଥିଲା। କିନ୍ତୁ ସଂଘ ପକ୍ଷରୁ ରହିଥିବା କେତେକ ଦାବି ପୂରଣ ନହେବାରୁ ବୈଠକଟି ବିଫଳ ହୋଇଥିଲା। ରାଷ୍ଟ୍ରୀୟ ବ୍ୟାଙ୍କ୍ କର୍ମଚାରୀ ସଂଗଠନର ସାଧାରଣ ସମ୍ପାଦକ ଅଶ୍ବନୀ ରଣାଙ୍କ କହିବାନୁଯାୟୀ ସରକାର ଏବଂ ଭାରତୀୟ ବ୍ୟାଙ୍କ୍ ସଂଘ ଆମର ଦାବି ପୂରଣନେଇ ବିଚାର କଲେନାହିଁ। ତେଣୁ ଆମେ ଆଉଟସୋର୍ସିଂ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପ୍ରସ୍ତାବିତ ସଂସ୍କାରକୁ ବିରୋଧ କରି ଧର୍ମଘଟ କରିବାକୁ ନିଷ୍ପତ୍ତି ନେଲୁ। ବୈଠକରେ ଆଇବିଏର ଉପସଭାପତି ଏବଂ 9ଟି ସଂଘ ଉପସ୍ଥିତ ଥିଲେ। କିନ୍ତୁ ଉଭୟ ସରକାର ଏବଂ ଆଇବିଏ ଆମ ଦାବି ପ୍ରତି କର୍ଣ୍ଣପାତ କଲେ ନାହିଁ। ଫଳରେ ଆମେ ବାଧ୍ୟ ହୋଇ ଧର୍ମଘଟ ନିଷ୍ପତ୍ତି ନେଇଛୁ ବୋଲି ରାଣା କହିଛନ୍ତି। ସେହିପରି ୟୁଏଫବିୟୁର ଓଡ଼ିଶା ଆବାହକ ଜ୍ୟୋତିଭୂଷଣ ମହାପାତ୍ରଙ୍କ କହିବାନୁଯାୟୀ ବ୍ୟାଙ୍କିଙ୍ଗ ବିଲ୍ ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କଲେ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକ ଘରୋଇ ମାଲିକାନାକୁ ଚାଲିଯିବ। ଫଳରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆବଶ୍ୟକ ବାଧା ଉପୁଜିବ। ବ୍ୟବସାୟୀଙ୍କ ପାଇଁ ଆର୍ଥିକ ସହାୟତା ମିଳିବା କଷ୍ଟକର ହୋଇପଡ଼ିବ। ଏହା ବ୍ୟତୀତ ସରକାର ଗ୍ରାମାଞ୍ଚଳ ଶାଖାଗୁଡ଼ିକୁ ବନ୍ଦ କରିବାକୁ ଯୋଜନା ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡ଼ିକର ସମସ୍ତ ଅଫିସର୍ ଓ କର୍ମଚାରୀ ଧର୍ମଘଟରେ ସାମିଲ ହୋଇଛନ୍ତି।

Share in top social networks!