ଇଏଫଏମଏସ କାର୍ଯ୍ୟକାରୀ ହେବା ଦ୍ଵାରା ଶ୍ରମିକ ମାନେ ଶୀଘ୍ର ପାଉଛନ୍ତି ମଜୁରୀ

ମହାତ୍ମାଗାନ୍ଧୀ ନରେଗା କାର୍ଯ୍ୟକ୍ରମ ପାଇଁ ରାଜ୍ୟରେ ଇଲେକ୍ଟ୍ରୋନିକ ଫଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ କାର୍ଯ୍ୟକାରୀ ହେବା ପରେ ୧୫ ଦିନ ମଧ୍ୟରେ ଶ୍ରମିକ ମାନେ ତାଙ୍କର ମଜୁରୀ ପାଇ ପାରୁଛନ୍ତି । ମହାରାଷ୍ଟ୍ର ଭଳି ବିକଶିତ ରାଜ୍ୟରେ ମଧ୍ୟ ଏତେ କମ ସମୟ ମଧ୍ୟରେ ଶ୍ରମି୮କ ମାନେ ମଜୁରୀ ପାଉନାହାନ୍ତି । ଆଗାମୀ ଦିନରେ ଏହାକୁଆହୁରି କମ ଦିନରେ କିପରି ପ୍ରଦାନ କରାଯାଇ ପାରିବ ସେନେଇ ପଦକ୍ଷେପ ଗ୍ରହଣ କରାଯାଉଛି ।

ପଞ୍ଚାୟତିରାଜ ବିଭାଗର ନୀତିଶ ଭାନୁଦାସ ଜାୱଲେ ନରେଗା କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କର ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ ବର୍ତମାନ ସୁଦ୍ଧା ୨୭୦.୪୩ ଲକ୍ଷ କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଛି । ଚଳିତ ବର୍ଷ ବର୍ତମାନ ସୁଦ୍ଧା ୧୯୧,୨୪୮ ଟି କାମ ହାତକୁ ନିଆଯାଇଛି । ଏଗୁଡିକ ମଧ୍ୟରୁ ୩୫୨୩୬ ଟି କାମ ସଂପୂର୍ଣ୍ଣ ହୋଇ ସାରିଥିବା ବେଳେ ୧,୫୬,୦୧୨ ଟି କାମ ଚାଲୁ ରହିଛି ।