ଅଗ୍ନି-୫ ର ତତକ୍ଷେପଣ ଆଜି

agni_v_ap_eରବିବାର ଦିନ ଭଦ୍ରକ ଜିଲ୍ଲା ଧାମରାର ହ୍ଵିଲର ଦ୍ଵୀପରୁ ଅଗ୍ନି-୫ କ୍ଷେପଣାସ୍ତ୍ରର ତତକ୍ଷେପଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ଜଣାପଡିଛି । ପାଗ ଅନୁକୂଳ ରହିଲେ ସକାଳ ୮ ଟାରୁ ୧୦ ଟା ମଧ୍ୟରେ ଏହି ପରୀକ୍ଷା କରାଯିବ । ଭାରତୀୟ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅଗ୍ନି-୫ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କି.ମି ହୋଇଥିବା ବେଳେ ଏହା ୪୮ ଟନ୍ ଯୁଦ୍ଧ ସାମଗ୍ରୀ ବହନ କରିନେବାର କ୍ଷମତା ରହିଛି । ଏହି କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ବୈଜ୍ଞାନିକମାନେ ହ୍ଵିଲର ଦ୍ଵୀପରେ ଉପସ୍ଥିତ ରହି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚାଇଥିବା ଜଣାପଡିଛି ।