ପବିତ୍ର ରମଜାନ ମାସ ଶେଷ, ଆଜି ପବିତ୍ର ଇଦ୍

ଆଜି ଶେଷ ହୋଇଛି ପବିତ୍ର ରମଜାନ ମାସ। ଦୀର୍ଘ 1 ମାସ ଧରି ନିଷ୍ଠାର ସହିତ ରୋଜା (ଉପବାସ) ରଖୁଥିବା ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନେ ଗତ ସନ୍ଧ୍ୟାରେ ଶେଷ ରୋଜା ଭଙ୍ଗ କରିଛନ୍ତି। ଆଜି ପବିତ୍ର ଇଦ୍ ଉଲ୍ ଫିଦର ପାଳନ କରୁଛନ୍ତି। ସେଥିପାଇଁ ଗତକାଲି ରାଜଧାନୀ ବଜାର ଚଳଚଞ୍ଚଳ ହୋଇଉଠିଥିଲା। ରାଜଧାନୀର 4 ନମ୍ବର ମସଜିଦ୍ ସମେତ ସତ୍ୟନଗର ମସଜିଦ୍, ଝାରପଡ଼ା, ସୁନ୍ଦରପଦା ଓ ଯଦୁପୁର ଇଦଗାହା ଗୁଡ଼ିକରେ ଆଜି ସକାଳ 9ଟାରୁ 10ଟା ମଧ୍ୟରେ ଭିନ୍ନଭିନ୍ନ ସମୟରେ ସମୂହ ନମାଜ ପାଠ କରାଯାଇଥିଲା। ଏହି ସାମୁହିକ ପ୍ରାଥନାରେ ରାଜଧାନୀର 30 ହଜାରରୁ ଅଧିକ ମୁସଲମାନ ଭାଇମାନେ ସମ୍ମିଳିତ ହୋଇଥିଲେ। ଏହାକୁ ଆଖିଆଗରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share in top social networks!