କମ୍ବିଂ ବେଳେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ନକ୍ସଲ ନେତା ରାଜେନ୍ଦ୍ର ମୃତ

କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ଜଙ୍ଗଲରେ ପୁଲିସ ପକ୍ଷରୁ ଗତ କିଛିଦିନ ଧରି ଚାଲିଥିବା କମ୍ବିଂ ଅପରେସନରୁ ବଡ଼ ସଫଳତା ମିଳିଛି। ପୁଲିସ ଓ ଲକ୍ସଲଙ୍କ ମଧ୍ୟରେ ଗୁଳିବିନିମୟରେ ଲକ୍ସଲ କମାଣ୍ଡର ରାଜେନ୍ଦ୍ର ଓରଫ କାଡ୍ରକା ତେଲିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ତେବେ ଏହି ଗୁଳିବିନିମୟ ବେଳେ ପୁଲିସ ପକ୍ଷରୁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଗତ କିଛି ଦିନ ଧରି ପୁଲିସ ପକ୍ଷରୁ ବନ୍ଧୁଗାଁ ଏବଂ ନାରାୟଣପାଟଣାର ଘଞ୍ଚ ଜଙ୍ଗଲରେ କମ୍ବିଂ ଅବରେସନ ଚାଲିଥିଲା। ଗତକାଲି ଅପରାହ୍ନରେ କୋରାପୁଟ ଜିଲ୍ଲା ପୁଲିସ, ଏସ୍ଓଜି ଯବାନ ଓ ଡିବିଏଫ୍ ବାହୀନି ବନ୍ଧୁ ଗାଁ ଥାନା ଅନ୍ତର୍ଗତ କୋଟେସୁ ଓ ବଡ଼ମାଥୁର ଗାଁ ନିକଟ ଜଙ୍ଗଲରେ କମ୍ବିଂ ଅପରେସନ୍ ଚଳାଇଥିବା ବେଳେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲା। ଏଠାରେ ଲକ୍ସଲ କମାଣ୍ଡର ରାଜେନ୍ଦ୍ର ଓରଫ କାଡ୍ରକା ତେଲିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ପୁଲିସ ତାଙ୍କ ନିକଟରୁ ଏକ 303 ବନ୍ଧୁକ ସହ ଏକ କିଟ୍ ବ୍ୟାଗ୍ ଜବତ କରିଛି। କିଟ୍ ବ୍ୟାଗରୁ ବିଭିନ୍ନ ମାଓ କାଗଜପତ୍ର ସହ କିଛି ରେଜିଷ୍ଟ୍ରାର ଚିଠି ମିଳିଥିବା ଜଣେ ବରିଷ୍ଠ ଅଧିକାରୀ ସ୍ବୀକାର କରିଛନ୍ତି।

Share in top social networks!