ପର୍ଯ୍ୟଟନ କ୍ଷେତ୍ରରେ ବିଶେଷ ଅବଦାନ, ଜେ.କେ. ମହାନ୍ତିଙ୍କୁ ସଫାରି ଇଣ୍ଡିଆ ପୁରସ୍କାର

ପର୍ଯ୍ୟଟନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସଫାରି ଇଣ୍ଡିଆ ପତ୍ରିକା ପକ୍ଷରୁ ସ୍ବସ୍ତି ଗ୍ରୁପ୍ ଅଫ୍ ହୋଟେଲର ନିର୍ଦ୍ଦେଶକ ଜେ.କେ. ମହାନ୍ତିଙ୍କୁ ପୁରସ୍କୃତ କାରାଯାଇଛି। ନୂଆଦିଲ୍ଲୀସ୍ଥିତ ହୋଟେଲ କଳିଙ୍ଗ ଅଶୋକରେ ଆୟୋଜିତ ଜାତୀଯ ପର୍ଯ୍ୟଟନ ଉତ୍ସବ ଅବସରରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପର୍ଯ୍ୟଟନ କ୍ଷେତ୍ରରେ ସଫଳତା ପାଇଁ ବିଭିନ୍ନ ସଂସ୍ଥା ଏବଂ ବ୍ୟକ୍ତିଙ୍କୁ ସଫାରି ଇଣ୍ଡିଆ ପକ୍ଷରୁ ପୁରସ୍କୃତ କରାଯାଇଆସୁଛି। ପାସିଫିକ ଏସିଆ ଟ୍ରାଭେଲ ରାଇଟର୍ସ ସଂଘ ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ପୂର୍ବତନ ସଚିବ ମଦନ ପ୍ରସାଦ ବେଜବରୁଆ ଶ୍ରୀ ମହାନ୍ତିଙ୍କୁ ସମ୍ମାନିତ କରିବା ସହ ପର୍ଯ୍ୟଟନ ବିକାଶ ପାଇଁ ତାଙ୍କ ଉଦ୍ୟମର ପ୍ରଂଶସା କରିଛନ୍ତି।

Share in top social networks!