ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଶିଶୁ ସାହିତ୍ୟ ପୁରସ୍କାର ଘୋଷଣା

ଗୋକର୍ଣ୍ଣିକା ସାହିତ୍ୟ ସମାଜ ଜାରକା ପକ୍ଷରୁ ଚଳିତ ବର୍ଷର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଶିଶୁ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି । ଏହି ପୁରସ୍କାର ବିଶିଷ୍ଟ ଶିଶୁ ସାହିତ୍ୟିକ ,ସମ୍ପାଦକ ଓ ସଂଗଠକ ଶ୍ରୀ ରମେଶ ଚନ୍ଦ୍ର ସ୍ଵାଇଁ ପାଇବାକୁ ବିବେଚିତ ହୋଇଛନ୍ତି । ପଣ୍ଡିତ ତ୍ରିପାଠୀଙ୍କ ୧୧୦ ତମ ଜୟନ୍ତୀ ଉତ୍ସବ ଅବସରରେ ଆସନ୍ତା ୧୦ ତାରିଖରେ ଧର୍ମଶାଳା ମହାବିଦ୍ୟାଳୟ ପରିସରରେ ପୁରସ୍କାର ପ୍ରଦାନ କରାଯିବ । ଏଥିରେ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଦାସ ବେନହୁର ପ୍ରଫେସର ଡ.ବିଜୟ କୁମାର ଶତପଥି,ଡଃ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଯୋଗଦେବେ ବୋଲି ଅନୁଷ୍ଠାନର ସଭାପତି ଡ. ପୁରୁଷୋତ୍ତମ ବିଶ୍ଵାଳ ଓ ଗୋକର୍ଣ୍ଣିକା ସମ୍ପାଦକ ରାମାକାନ୍ତ ଜେନା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Share in top social networks!
Powered By Indic IME