ଜାଗୃତି ମହିଳା ମଣ୍ଡଳର ସ୍ୱାସ୍ଥ୍ୟ ଶିବିର

mcl-ମହାନଦୀ କୋଲଫିଲ୍ଡ ଦ୍ଵାରା ଜାଗୃତି ମହିଳା ମଣ୍ଡଳ ଗ୍ରାମୀଣ ମହିଳା ମାନେ କିପରି ଆତ୍ମ ନିର୍ଭରଶୀଳ ହୋଇପାରିବେ ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ସହାୟତା କରୁଥିବା ବେଳେ ସଞ୍ଜିବନୀ ସ୍ଵାସ୍ଥ୍ୟସେବା ପରିଯୋଜନା ମାଧ୍ୟମରେ ଜାଗୃତି କରାଇ ପରିସରରେ କାମ କରୁଥିବା ମହିଳା ମାନଙ୍କର ରକ୍ତ ପରୀକ୍ଷା କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯେଉଁ ମହିଳା ମାନଙ୍କର ରକ୍ତ କମ ଥିବା ଜଣାପଡିଥିଲା । ସେମାନଙ୍କୁ ଆଇରନ ବଟିକା ସହ ଅନ୍ୟ ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା । ଏହି ଅବସରରେ ମହିଳା ମଣ୍ଡଳର ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜୁ ସହାୟ, ଉପାଧ୍ୟକ୍ଷା ଗୀତାଞ୍ଜଳି ପାଣିଗ୍ରାହୀ ସମେତ ମହିଳା ମଣ୍ଡଳର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ସ୍ୱାସ୍ଥ୍ୟ ଶିବିରକୁ ଏମ୍.ସି.ଏଲ ବୁର୍ଲାର ସ୍ୱାସ୍ଥ୍ୟ ଧିକାରୀ ରକ୍ତ ଶିବିରକୁ ପରିଚାଳନା କରିଥିଲେ ।

Share in top social networks!
Powered By Indic IME