ଡ.ବସନ୍ତ କୁମାର ବେହୁରାଙ୍କୁ ‘କଳିଙ୍ଗ ପୁରସ୍କାର’

881_kalinga-awardବିଶିଷ୍ଟ ପ୍ରାଣୀବିଜ୍ଞାନୀ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ.ବସନ୍ତ କୁମାର ବେହୁରାଙ୍କୁ ୨୦୧୨ ପାଇଁ ମର୍ଯ୍ୟାଦାଜନକ ୟୁନୋସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ଵରସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନରେ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ଭବାନୀ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣ ଉତ୍ସବରେ ଡ.ବେହୁରାଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ପୁରସ୍କାର ବାବଦକୁ ୧୦୦୦ ପାଉଣ୍ଡର ଅର୍ଥରାଶି ସହ ଉପଢୌକନ ଇ ମାନପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ବିଜ୍ଞାନରେ ଉତ୍କର୍ଷ ପାଇଁ ଓଡିଶାରୁ ଦିଆଯାଉଥିବା ଏହି ପୁରସ୍କାର ଭବିଷ୍ୟତରେ ସବୁ ଓଡିଆ ବୈଜ୍ଞାନିକମାନଙ୍କୁ ପ୍ରେରଣା ଯୋଗାଇବ । ବିଶେଷକରି ଡ.ବେହୁରାଙ୍କ ପରି ଖ୍ୟାତିସଂପନ୍ନ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଉତ୍ସବରେ ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ୧୯୫୨ ମସିହାରୁ କଳିଙ୍ଗ ପୁରସ୍କାର ପ୍ରଦାନ କରାଯାଉଛି ।

Share in top social networks!
Powered By Indic IME