ବଣମଲ୍ଲୀ

                 କବିତା ଭୋଇ

 

ବଣମଲ୍ଲୀଟିକୁ ବଣରେ ନରଖି

ବଗିଚାରେ ଆଣି ପୋତିଲ

ବଣର ମର୍ଯ୍ୟଦା ଛଡ଼ାଇ ତାଠାରୁ

ବଗିଚାର ସ୍ଥାନେ ରଖିଲ

 

ବଣଫୁଲ ସବୁ ଇର୍ଷାରେ କହନ୍ତି

କେମିତିକା ଭାଗ୍ୟ ସତରେ

ବଣରେ ଜନମି ବଣରେ ନଫୁଟି

ଫୁଟିଲା ବଗିଚା ଭିତରେ

 

ବଣମଲ୍ଲୀଟିକୁ କିଏବା ନଜାଣେ

କିଏବା ନକରେ ଆଦର

ମନେମନେ ଭାବେ ନିରୀହ ଫୁଲଟି

ପାଇଯିବ କାଳେ ଧିକାର

 

ଗୋଲାପ ହେବାକୁ ଚାହିଁନାହିଁ ମନ

ହେବାକୁ ଚାହିଁଛି ଗଇଶ

ଶିବଙ୍କ ମଥାରେ ଅର୍ପିତ ହେବାକୁ

ଜାଗା ଦିଅ ମତେ ଚଉଠ

 

ବଗିଚାରେ ରହି ଗୋଲାପ ହୋଇ ମୁଁ

ଚାହିଁନି ପ୍ରେମୀର ଆଦର

ବଣରେ ରହି ମୁଁ ପାଉଥିବି ନିଇତି

ଇଶ୍ବରଙ୍କ ପାଖେ ଆଦର

ଲୋଡ଼ାନାହିଁ ମୋର ବଗିଚାର ସ୍ଥାନ

ଦରକାର ନାହିଁ ସମ୍ମାନ

Share in top social networks!