ଆନ୍ଧ୍ର ସରକାରଙ୍କୁ କୋର୍ଟର ନିଷ୍ପତିକୁ ଅପେକ୍ଷା କରିବା ଉଚିତ: ନବୀନ

ଆନ୍ଧ୍ର ସରକାରଙ୍କୁ କୋର୍ଟର ନିଷ୍ପତିକୁ ଅପେକ୍ଷା କରିବା ଉଚିତ ଏହା କହିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ପ୍ରସ୍ତାବିତ ପୋଲାଭରମ ପ୍ରକଲ୍ପ ସୁପ୍ରୀମ କୋର୍ଟର ବିଚାରଧୀନ ଥିଲାବେଳେ ଆନ୍ଧ୍ର ସରକାରଙ୍କୁ କୋର୍ଟର ନିଷ୍ପତିକୁ ଅପେକ୍ଷା କରିବା ଉଚିତ।

ପୋଲାଭରମ ପ୍ରକଲ୍ପ ଉପରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାପାଇଁ ଯେଉଁ ତାହା କେଉଁ ବିଷୟ ଉପରେ କରାଯିବ ସେ ସମ୍ପର୍କରେ ସବିଶେଷ ତଥ୍ୟ ଦେବା ପାଇଁ ସେ ଜଳସେଚନ ବିଭାଗକୁ ନିର୍ଦେଶ ଦେଇଛନ୍ତି। ପୋଲାଭରମ ପ୍ରକଲ୍ପ ଯୋଗୁଁ ରାଜ୍ୟର କ୍ଷତି ହେଉଥିବାରୁ ଓଡିଶାସରକାର ଏହି ପ୍ରକଲ୍ପକୁ ବିରୋଧ କରୁଛନ୍ତି।

Share in top social networks!