ଓଡ଼ିଶାକୁ ସ୍ଵତନ୍ତ୍ର ପାହ୍ୟା ମାନ୍ୟତା ଦାବିରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରମାଦେବୀ କଲେଜ ସାମ୍ନାରେ ବିକ୍ଷୋଭ

bycjdକେନ୍ଦ୍ର ଯୋଜନା ମନ୍ତ୍ରୀ ରାଜୀବ ଶୁକ୍ଳା ଓଡିଶାର ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବୀକୁ ପ୍ରତ୍ୟାଖ୍ୟାନ କରି ସାଢେ ଚାରିକୋଟି ଓଡିଆଙ୍କ ସ୍ଵାଭିମାନକୁ ଯେଉଁଭଳିଭାବେ କୁଠାରଘାଟ କରିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ବ୍ୟୋମକେଶ ରାୟ ଏକ ପ୍ରେସ୍ ବିବୃତିରେ କହିଛନ୍ତି ।

ଏହାର ପ୍ରତିବାଦରେ ବିଜୁ ଛାତ୍ର ଜନତା ଦଳ ତରଫରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି । ଆଜି ବିଜୁ ଛାତ୍ର ଜନତା ଦଳ ଭୁବନେଶ୍ଵର ଶାଖା ପକ୍ଷରୁ ଜିଲ୍ଲା ସଭାପତି ରାଣାପ୍ରତାପଙ୍କ ନେତୃତ୍ଵରେ ରମାଦେବୀ କଲେଜ ସାମ୍ନାରେ ଶତାଧିକ ଛାତ୍ରୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । ଏହାପରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ରମାଦେବୀ ଛାତ୍ରୀ ସଂସଦ ସଭାନେତ୍ରୀ ପଲ୍ଲବୀ ମହାପାତ୍ର,ସମ୍ପାଦିକା ଅର୍ପିତା ବଡଜେନା ,ଇପ୍ସିତା ସାହୁ,ପ୍ରମିଳା ଦାସ,ମୋନାଲିସା ଓ ସାଗରିକାଙ୍କ ସମେତ ବହୁ ଛାତ୍ରୀ ଉପସ୍ଥିତ ଥିଲେ । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସାଲ୍ୟୁଟ ସାହୁ,ଶୁଭଲକ୍ଷ୍ମୀ ତ୍ରିପାଠୀ,ଅମରଜିତ୍ ଗୌଡ,ଧୃତିରଞ୍ଜନ ମାର୍ଥା ଓ ସୁନିଲ କୁମାର ଜେନା ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ ।

Share in top social networks!
Powered By Indic IME