ନବୀନ ସରକାର: ୧୨ ବର୍ଷରେ ୩୫ ମନ୍ତ୍ରୀ ବାଦ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ମନ୍ତ୍ରୀମଣ୍ଡଳ ପୁନଃଗଠନ କରିଛନ୍ତି। ତେବେ ପୁନଃଗଠନ ସମୟରେ ଓ ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ମନ୍ତ୍ରୀମଣ୍ଡଳରେ ସେ ୩୫ ଜଣଙ୍କୁ ବିଦା କରିଛନ୍ତି। ବିଶେଷକରି ପ୍ରଥମ ଦଫାରେ ୭ ଜଣ, ଦ୍ଵିତୀୟ ଦଫାରେ ସର୍ବାଧିକ ୧୪ ଜଣ ବିଦା ହୋଇଥିଲା ବେଳେ ତୃତୀୟ ଦଫାରେ ୧୪ ଜଣ ବିଦା ହେଲେଣି। ୨୦୦୦ରୁ ୨୦୦୪ ମଧ୍ୟରେ ମନ୍ତ୍ରୀମଣ୍ଡଳରୁ କମଳା ଦାସ, ପ୍ରଶାନ୍ତ ନନ୍ଦ, ନଲିନୀକାନ୍ତ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ, ଅମର ପ୍ରସାଦ ଶତପଥୀ, ଦେବୀ ପ୍ରସାଦ ମିଶ୍ର ଓ ଅଦେଇତ ପ୍ରସାଦ ସିଂ ଭିନ୍ନଭିନ୍ନ ସମୟରେ ବାଦ ପଡ଼ିଥିଲେ। ୨୦୦୪ରୁ ୨୦୦୯ ମଧ୍ୟରେ ନବୀନଙ୍କ ଦ୍ଵିତୀୟ ଦଫା ମନ୍ତ୍ରୀମଣ୍ଡଳରେ ଯେଉଁମାନେ ବାଦ ପଡ଼ିଥିଲେ ସେମାନେ ହେଲେ ପ୍ରମିଳା ମଲ୍ଲିକ, ପ୍ରଦୀପ ନାୟକ, ପଦ୍ମନାଭ ବେହେରା, ବଳଭଦ୍ର ମାଝି, ଦୁରୟଧନ ମାଝି, ନଗେନ୍ଦ୍ର ପ୍ରଧାନ, ବିଷ୍ଣୁ ଦାସ, ଦାମୋଦର ରାଉତ, ବିଜୟଶ୍ରୀ ରାଉତରାୟ, ଦେବାଶିଷ ନାୟକ, ମନମୋହନ ସାମଲ, ସମୀର ଦେ, ରବିନାରାୟଣ ନନ୍ଦ ଓ କାଳିନ୍ଦୀ ବେହେରା। ୨୦୦୯ ମନ୍ତ୍ରୀମଣ୍ଡଳରୁ ବି ନବୀନ ପଟ୍ଟନାୟକ ବିଭିନ୍ନ କାରଣ ଦର୍ଶାଇ ୧୪ ଜଣ ମନ୍ତ୍ରୀଙ୍କୁ ବିଦା କରିଥିଲେ ସେମାନେ ହେଲେ ପ୍ରମିଳା ମଲ୍ଲିକ, ପ୍ରବୀଣ ଭଞ୍ଜଦେଓ, ବିଜୟ ରଞ୍ଜନ ସିଂ ବରିହା, ଦାମୋଦର ରାଉତ, ପ୍ରଦୀପ ମହାରଥୀ, ଅନଙ୍ଗ ଉଦୟ ସିଂଦେଓ, ଅଞ୍ଜଳି ବେହେରା, ସଂଜୀବ ସାହୁ, ସାରଦା ପ୍ରସାଦ ନାୟକ, ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ପ୍ରଫୁଲ୍ଲ ସାମଲ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା ଓ ପୁଷ୍ପେନ୍ଦ୍ର ସିଂଦେଓ।           

Share in top social networks!