ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବୀକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ ପ୍ରତିବାଦରେ ବିଜୁଛାତ୍ର ଜନତା ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ

bycjdରାଜନୈତିକ ଅଭିସନ୍ଧି ରଖି କେନ୍ଦ୍ର ସରକାର ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଅନ୍ୟପକ୍ଷରେ ବିହାରକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ କେନ୍ଦ୍ର ବିଚାର କରୁଛି ବୋଲି କେନ୍ଦ୍ର ଯୋଜନା ମନ୍ତ୍ରୀ ଶ୍ରୀଯୁକ୍ତ ରାଜୀବ ଶୁକ୍ଳା କହିଛନ୍ତି । କେନ୍ଦ୍ରର ଏଭଳି ଆଭିମୁଖ୍ୟ ଦୁର୍ଭାଗ୍ୟଜନକ ବୋଲି ବିଜୁ ଛାତ୍ର ଜନତାଦଳର ସଭାପତି ଶ୍ରୀ ବ୍ୟୋମକେଶ ରାୟ ପ୍ରକାଶ କରିଛନ୍ତି । କେନ୍ଦ୍ରର ଏହି ଅବିଚାର ପ୍ରତରିବାଦରେ ଭୁବନେଶ୍ଵର ଜିଲ୍ଲା ସଭାପତି ରାଣା ପ୍ରତାପ ଙ୍କ ନେତୃତ୍ଵରେ ଆଜି ଏକ ବିଶାଳ ମୋଟର ସାଇକେଲ ରାଲି ବିଜେବି କଲେଜ ପାଖରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଯାଇଥିଲା ।

ଏହି ରାଲି ରେ ସହସ୍ରାଧିକ ଛାତ୍ରଯୋଗ ଦେଇ କେନ୍ଦ୍ରସରକାରଙ୍କ ବିରୋଧରେ ନାରାବାଜି କରିବା ସହ ୫ନଂ ଜାତୀୟ ରାଜପଥକୁ ଦୀର୍ଘସମୟ ଧରି ଆବୋରଧ କରି ରଖିଥିଲେ । ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେବି,ବାଣୀବିହାର ଓ ମହର୍ଷି କଲେଜରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମନମୋହନ ସିଂ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାକୁ ସମ୍ବୋଧିତ କରି ବିଜୁ ଛାତ୍ର ଜନତା ଦଳର ସଭାପତି ବ୍ୟୋମକେଶ ରାୟ କହିଲେ ଯେ,ସର୍ତ୍ତାବଳୀର ଆଳକରି କେନ୍ଦ୍ରସରକାର ଓଡିଶା ନାର୍ଯ୍ୟ ଦାବୀକୁ ଜେଭାଲିଭାବେ ପ୍ରତ୍ୟାଖ୍ୟାନ କାଲେ ତାହା ଅତି ନିନ୍ଦନୀୟ ଓ ଜନସ୍ଵାର୍ଥ ବିରୋଧୀ । ବର୍ତ୍ତମାନ ଦେଶରେ ୧୧ଟି ରାଜ୍ୟ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଅନୁଦାନ ପାଉଛନ୍ତି । ଏହି ରାଜ୍ୟ ଗୁଡିକ ଅପେକ୍ଷା ଓଡିଶା ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇବାକୁ ପ୍ରମୁଖ ହକ୍ ଦାର ଏବଂ ଦାବିଦାର ଅଟେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ରାଜ୍ୟର ବିକାଶ ତ୍ୱରିତଗତିରେ ଆଗେଇ ଚାଲିଥିବା ବେଳେ କେନ୍ଦ୍ରସରକାର ଏଥିରେ ବାଧକ ସାଜିଛନ୍ତି ।

ପରୋକ୍ଷରେ ଷଡଯନ୍ତ୍ରର ଖସଡା ପ୍ରସ୍ତୁତ କରି ରାଜ୍ୟକୁ ଆର୍ଥିକ କ୍ଷେତ୍ରରେ ପଛୁଆ ଓ ନିଚା କରିବାକୁ କେନ୍ଦ୍ରର ୟୁପିଏ ସରକାର ଯୋଜନା କରୁଛନ୍ତି । ପୂର୍ବରୁ ପି.ଚିଦାମ୍ବରମ୍ ମାନଦଣ୍ଡ କୋହଳ ପାଇଁ ପ୍ରସ୍ତାବ ଦେଇଥିଲେ ,ମଧ୍ୟ ଏବେ କେନ୍ଦ୍ରର ଅନ୍ୟଜଣେ ମନ୍ତ୍ରୀଙ୍କ ବିବ୍ରୁତି ମନମୋହନ ସରକାର ଙ୍କ ଦୋମୁହାଁ ନୀତିକୁ ସ୍ପଷ୍ଟ କରିଦେଇଛି । ରାଘବ ରାଜନ କମିଟି ଏହି ପ୍ରସଙ୍ଗରେ ଏଯାବତ୍ ରିପୋର୍ଟ ପ୍ରଦାନ କରି ନାହାନ୍ତି । ଏଭଳି ସ୍ଥଳରେ ନିଜର ଅବୈଧ ରାଜନୈତିକ ଫାଇଦା ହାସଲ ନିମନ୍ତେ କେନ୍ଦ୍ରସରକାର ବିହାରର ଦାବୀକୁ ବିଚାର ନେଇଥିବା ବେଳେ ଓଡ଼ିଶାକୁ ହତାଦାର ଓ ଅଣଦେଖା କରିଛି । ଆଗାମୀ ଦିନରେ କେନ୍ଦ୍ରର ଏହି ବୈମାତୃକ ମନୋଭାବକୁ ରାଜ୍ୟର ଛାତ୍ର ଓ ଯୁବଶକ୍ତି ଦୃଢ ବିରୋଧ କରିବେ ବୋଲି ଶ୍ରୀ ରାୟ ଚେତାବନୀ ଦେଇଛନ୍ତି । ଭୁବନେଶ୍ଵର ବାଦ୍ ରାଜ୍ୟବ୍ୟାପୀ ବିଜୁ ଛାତ୍ର ଜନତାଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ କେନ୍ଦ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଉଭୟ ପ୍ରଧାନମନ୍ତ୍ରୀ ଓ ୟୁପିଏ ଅଧ୍ୟକ୍ଷା ସୋନିଆଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଆଜିର ଏହି ବିକ୍ଷଭାରେ ରାଜ୍ୟ ବିଜୁ ଛାତ୍ର ଜନତାଦଳର ଅମରେଶ ପତ୍ରୀ,ସନ୍ତୋଷ ବେଜ୍,ଅମରଜିତ୍ ସେନାପତି,ସଂଗ୍ରାମ ପାତ୍ର,ସାଲ୍ୟୁଟ ସାହୁ,ଦୀପକ ଜେନା,ଆଦ୍ୟପ୍ରାଣ ସୁବୁଦ୍ଧି,କନିଷ୍କ ଜେନା,ମନୋଜ ସେନାପତି,ଦୀପକ ସାହୁ,ସୁନୀଲ ପଣ୍ଡା,ମନୋଜ ପଶ୍ଚିମକବାଟ,କଳ୍ପତରୁ ଓଝା,ମାଧବ ରାଉତ,ବିଜୟକେତନ ସାହୁ,ସୁଶୀଲ ଛୁଆଳସିଂ ପ୍ରମୁଖ ଯୋଗଦେଇଥିଲେ ।

Share in top social networks!
Powered By Indic IME