ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ: ୯ ସାମିଲ, ୫ ବିଦା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀମଣ୍ଡଳର ବହୁ ଚର୍ଚ୍ଚିତ ସମ୍ପ୍ରସାରଣ କାମ ଶେଷ କରିଛନ୍ତି। ସେ ନୂଆ ମନ୍ତ୍ରୀମଣ୍ଡଳରେ ୯ ଜଣଙ୍କୁ ସାମିଲ କରିଥିବା ବେଳେ ୫ ଜଣଙ୍କୁ ବଡ ଦେଇଛନ୍ତି। ଏଥିରେ ଯୁବ, ମହିଳା ଓ ଅଭିଜ୍ଞ ଲୋକଙ୍କୁ ସ୍ଥାନ ଦିଆଯାଇଛି।  ପୂର୍ବରୁ ମନ୍ତ୍ରୀମଣ୍ଡଳରେ ସାମିଲ ଥାଇ ବିଭିନ୍ନ ଘଟଣା କ୍ରମରେ ବଡ ପଡିଥିବା ପୁରୁଣା ୩ ଜଣଙ୍କୁ ଫେରାଇ ଅଣାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଛାଡି ୧୨ ଜଣଓ ସ୍ଵାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ ୮ ଜଣ ସ୍ଥାନ ପାଇଛନ୍ତି। ତୃତୀୟ ଦଫା ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ନବୀବଙ୍କର ଦ୍ଵିତୀୟ ସମ୍ପ୍ରସାରଣ। ୫ ଜଣ ବାଦ ପଡ଼ିଥିବା ମନ୍ତ୍ରୀ ହେଉଛନ୍ତି ପ୍ରଫୁଲ୍ଲ ଘଡ଼େଇ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ, ପୁଷ୍ପେନ୍ଦ୍ର ସିଂଦେଓ। ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ୯ ଜଣ ନୂଆ ମନ୍ତ୍ରୀ ହେଲେ କଳ୍ପତରୁ ଦାସ, ଦାମୋଦର ରାଉତ, ବିଜୟଶ୍ରୀ ରାଉତରାୟ, ପ୍ରତାପ କେଶରୀ ଦେବ, ସୁବ୍ରତ ତରାଇ, ରଜନୀକାନ୍ତ ସିଂ, ସରୋଜିନୀ ହେମ୍ବ୍ରମ, ଅରୁଣ ସାହୁ ଓ ରବିନାରାୟନ ନନ୍ଦ।

Share in top social networks!