କମିଶନରେଟ୍ ପୋଲିସର ଦୈତ ମହାନଗରୀରେ ଚଢାଉ

commisionerateପୋଲିସ କମିଶନର ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନେତୃତ୍ଵରେ ଗତକାଲି ସନ୍ଧ୍ୟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଦୈତ ମହାନଗରୀରେ ଅପରାଧୀ ଓ ସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଚଢାଉ କରାଯାଇଛି । ଭୁବନେଶ୍ଵର ମହାନଗରୀରେ ପୋଲିସ ପକ୍ଷରୁ ୧୬ ଟି ଜୋନ ରେ ଚେକିଂ କରାଯାଇଛି । ଏହି ସ୍ଵତନ୍ତ୍ର ଚଢାଉ ଅଭିଯାନ ଫଳରେ ୫୮ ଟି ଏନ୍.ବି.ଡବ୍ଲ୍ୟୁ.କାର୍ଯ୍ୟକାରୀ କରାଯିବା ସହିତ ୩୫୦ ଟି ଦୁଇଚକିଆ ଓ ଚାରି ଚକିଆ ଯାନକୁ ସନ୍ଦେହ କରାଯାଇ ସେମାନଙ୍କୁ ଲାଇସେନ୍ସ ଓ ଗାଡି କାଗଜ ପତ୍ର ତଦାରଖ କରାଯାଇଛି ।

ଓଡିଶା ସହରାଞ୍ଚଳ ପୋଲିସ ନିୟମ ଅନୁଯାୟୀ ଭୁବନେଶ୍ଵର ଓ କଟକ ପୋଲିସ ଜିଲ୍ଲାରେ ୧୫୭ ଓ ମୋଟର ଯାନ ନିୟମ ଅନୁଯାୟୀ ୧୦୧୧ ଟି ମାମଲାରୁ ଯଥାକ୍ରମେ ୮୭,୦୦୦ ଓ ୧,୦୩,୬୦୦ ଟଙ୍କା ଜୋରିମନା ଆଦାୟ କରାଯାଇଛି । ସେହିପରି ଦୈତନଗରୀରେ ୧୧୦ ସି.ଆର.ପି.ସି. ରେ ୨୮ ଜଣ ଅଭ୍ୟାସଗତ ଆସାମାଜିକ ଅପରାଧୀ ବ୍ୟକ୍ତିଙ୍କ ବିରୁଦ୍ଧରେ ବିଭିନ୍ନ ଅପରାଧ କାର୍ଯ୍ୟରେ ଲିପ୍ତ ଥିବା ଯୋଗୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Share in top social networks!
Powered By Indic IME