ପଣ୍ଡା କ୍ୟୁରୀ କ୍ୟାନସର ହସପିଟାଲରେ କ୍ୟାନସର ଟ୍ରିଟମେଣ୍ଟର ସହଜ ଉପାୟ

panda-cancer-hospitalଆସନ୍ତା ରବିବାର ୧୮ ତାରିଖ ଦିନ ଦିନ ୫ ଘଟିକା ସମୟରେ ପଣ୍ଡା କ୍ୟାନସର ସେଣ୍ଟର ଓ ବାଙ୍ଗାଲୋର ବେସ୍ ହେଲଥ କେୟାର ଗ୍ଲୋବାଲ (HCG)ଆନୁକୁଲ୍ୟରେ ପଣ୍ଡା କ୍ୟାନସର ସେଣ୍ଟର ତେଲେଙ୍ଗା ପେଣ୍ଠ ଠାରେ ହୋଲ ବଡି ରେଡିଓ ସର୍ଜରୀ ମାଧ୍ୟମରେ କ୍ୟାନସର ଟ୍ରିଟମେଣ୍ଟ କରାଯିବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ଭାରତର ସୁନାମଧାନ୍ୟ କ୍ୟାନସର ଆଙ୍କୋଲୋଜିଷ୍ଟ ଓ ପଣ୍ଡା କ୍ୟାନସର ସେଣ୍ଟରର ଡାଇରେକ୍ଟର ଡକ୍ଟର କୃପାସିନ୍ଧୁ ପଣ୍ଡା ଜଣାଇଛନ୍ତି ।

ଓଡିଶାର କ୍ୟାନସର ଟ୍ରିଟମେଣ୍ଟର ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ପଣ୍ଡା କ୍ୟାନସର ସେଣ୍ଟର ଓ HCG ସହ ସହବନ୍ଧିତ ହୋଇ ରେଡିଓ ସର୍ଜରୀ ମାଧ୍ୟମରେ କ୍ୟାନସର ଟ୍ରିଟମେଣ୍ଟ କରିପାରିବେ । ଓଡିଶା ତଥା ୱେଷ୍ଟବେଙ୍ଗଲ,ଛତିଶଗଡ,ବିହାରରୁ ଆସୁଥିବା ଶହଶହ କ୍ୟାନସର ରୋଗୀ ଏହାର ସୁଯୋଗ ନେଇପାରିବେ । ଜଣାଇ ଦେବାକୁ ଚାହେଁ ହେଲଥ କେୟାର ଗ୍ଲୋବାଲ ଭାରତ ଓ ଭାରତ ବାହାରେ ପ୍ରାୟ ୨୬ ଟି ସେଣ୍ଟର ମାଧ୍ୟମରେ କ୍ୟାନସର ଟ୍ରିଟମେଣ୍ଟ କରି ସଫଳତା ହାସଲ କରିଛନ୍ତି । ଓଡିଶାର ଏହି ସେଣ୍ଟରଟିକୁ ଉଦଘାଟନ କରିବେ ଏବଂ ର ଚେୟାରମେନ ଡକ୍ଟର ବି.ଏସ୍.ଆଜାଇ କୁମାର ଅଧ୍ୟକ୍ଷତା କରିବେ ବୋଲି ଡକ୍ଟର ପଣ୍ଡା ଜଣାଇଛନ୍ତି ।