ସ୍ଵାଧୀନତା ଦିବସରେ ସମୃଦ୍ଧ ଓଡିଶାର ସମୂହ ସଂକଳ୍ପ –ନିଶା ମୁକ୍ତ ଓଡିଶା

ସମୃଦ୍ଧ ଓଡିଶା ଦଳ ତରଫରୁ ଆଜି ତାର ମୁଖ୍ୟ କାର୍ଯ୍ୟାଳୟ ଠାରେ ସ୍ଵାଧୀନତା ଦିବସ ପାଳିତ ହୋଇଅଛି । ଏହି ପବିତ୍ର ଦିବସ ଅବସରରେ ଦଳର ବରିଷ୍ଠ ନେତା ଡା ଉପେନ୍ଦ୍ର ପ୍ରସାଦ ନାୟକ ପତାକା ଉତ୍ତୋଳନ କରିଥିଲେ । ଏହାପରେ କାର୍ଯ୍ୟାଳୟ ର ସଭା ଗୃହରେ ଦଳର ମହାସଚିବ ପ୍ରବୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭା ସ୍ଵାଧୀନତା ଦିବସର ମହତ୍ତ୍ଵ ସମ୍ବନ୍ଧରେ ବକ୍ତା ମାନେ ସ୍ୱଳ୍ପ ଆଲେଖ୍ୟ ବାଢିବା ସଙ୍ଗେସଙ୍ଗେ ରାଜ୍ୟକୁ କିପରି ସଂପୂର୍ଣ୍ଣ ନିଶାମୁକ୍ତ କରାଯିବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ ।

ଆଗାମୀ ଦିନକୁ ରାଜ୍ୟକୁ ସଂପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ସମୃଦ୍ଧ ଓଡିଶା ଦଳ ଜନ ଆନ୍ଦୋଳନ ଗଢି ତୋଳିବା ବୋଲି ସଭାରେ ମତ ପ୍ରକାଶ ପାଇବା ସଙ୍ଗେସଙ୍ଗେ ସମସ୍ତେ ଏଥିରେ ସାମିଲ ହେବା ପାଇଁ ସମୂହ ସଂକଳ୍ପ ଗ୍ରହଣ କରିଥିଲେ । ଉକ୍ତ ସଭାରେ ଆଲୋଚନାରେ ଅଂଶଗ୍ରହଣ କରି ୱିଙ୍ଗ କମାଣ୍ଡର ଗୋରାଚାନ୍ଦ ବାରିକ,ବିଭୁତି ଭୂଷଣ ମିଶ୍ର,ପରେଶ ଭଞ୍ଜ,ପ୍ରହ୍ଲାଦ ସ୍ଵାଇଁ,ସଞ୍ଜିତ ସେଠୀ,ବିଚିତ୍ରାନନ୍ଦ ଦାସ,ଲିପକ୍ ଚୌଧୁରୀ,ବିଭୁତି ସୁତାର,ଅଶ୍ଵିନୀ ପଟ୍ଟନାୟକ,ରଜନୀକାନ୍ତ ମିଶ୍ର,ପ୍ରଶାନ୍ତ ବେହେରା,ସନ୍ଧ୍ୟା ଦାଶ,ପ୍ରାଣବନ୍ଧୁ ସ୍ଵାଇଁ,ଜ୍ୟୋତିରଞ୍ଜନ ପଟ୍ଟନାୟକ,ରାମାକାନ୍ତ ନାଏକ,ପ୍ରମୁଖ ନିଜର ମତ ଉପସ୍ଥାପନ କରିଥିଲେ ।

Share in top social networks!
Powered By Indic IME