ଦୁବଘାସ

grass
କବି ସରୋଜ କୁମାର ସାହୁ
ଦୁବଘାସର ଅର୍ଥ କେହି ବୁଝେନା

ମଣିଷ ସମାଜରେ ତା’ର ମୂଲ୍ୟ

କେହି ଭାବନ୍ତି ନାହିଁ ପାଦରେ ଦଳିତ

ଦ୍ରୁମଟିଏ ହେଲେବି ଈଶ୍ଵରଙ୍କ କାର୍ଯ୍ୟ

ବଞ୍ଚିତ ହୁଏ ନାହିଁ ସେହି ଦ୍ରୁମଟି

କିନ୍ତୁ ନର ଶୋଷଣ କରି ଚାଲେ

ଝଡ ଆସେ ତାହାରି ଉପର ଦେଇ

ଗତି କରି ଯାଏ ରାତି ଆସେ

ପୁଣି ସକାଳ ହୁଏ ନୂତନ ସୂର୍ଯ୍ୟ

ଆଗମନକୁ ଅପେକ୍ଷା କରେ

ତାହାରି କିରଣରେ ହସିହସି ତାକୁ

କିନ୍ତୁ ତା’ର ମନରେ ଗର୍ବର ଚିହ୍ନ

ଅହଙ୍କାରର ରୂପରେଖ ନ ଥାଇ

ସିଏ ଉଦୟମାନ ଏ ଧରା ପୃଷ୍ଠାରେ

ମାତ୍ର ବୁଝନ୍ତି ନାହିଁ କେହି ନା କବି

ନା ଲେଖକ ନା, ଏ ଜନ ସମାଜର ବଡବଡ ନେତା

ଶାନ୍ତି ନ ଥାଇ ଜୀବନଟା

ଦୁବ ଘାସ ପରି ମର୍ମାହତ ହୁଏ

ଦୁବଘାସ ହିଁ ଦୁବଘାସ ହୋଇ ରହିଯାଏ

ଶାନ୍ତିର ରୁପେଲି ପରଦାର ଚିହ୍ନ ହୋଇ

ଯାହା ଅବର୍ଣ୍ଣନୀୟ ହୋଇ ମଧ୍ୟ

ଉଙ୍କି ମରି ଉଠେ ଏହି କ୍ଷୁଦ୍ର ମନରେ ।