ବିଜୁଜନତା ଦଳର ରାଜ୍ୟସ୍ତରୀୟ ପୌରନିର୍ବାଚନ କମିଟି ଗଠିତ

bjdyouthwingବିଜୁ ଜନତା ଦଳ ଚଳିତ ପୌର ନିର୍ବାଚନ ପରିଚାଳନା ନିମନ୍ତେ ଏକ ରାଜ୍ୟ ସ୍ତରୀୟ ପୌର ନିର୍ବାଚନ କମିଟି ଗଠନ କରିଛନ୍ତି। ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି କମିଟିକୁ ଅନୁମୋଦନ କରିଛନ୍ତି । ଏହି ଏଗାର ଜଣିଆ କମିଟିରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ,କଳ୍ପତରୁ ଦାଶ,ଦେବୀ ପ୍ରସାଦ ମିଶ୍ର,ଉପମୁଖ୍ୟ ସଚେତକ ଶ୍ରୀ ସଞ୍ଜୟ କୁମାର ଦାସବର୍ମା,ବିଧାୟିକା ପ୍ରମିଳା ମଲ୍ଲିକ,ବିଧାୟକ ଅମର ପ୍ରସାଦ ଶତପଥୀ, ପଦ୍ମନାଭ ବେହେରା,ପ୍ରତାପ ଜେନା ତଥା ନଗେନ୍ଦ୍ର ପ୍ରଧାନ ,ରାମମୂର୍ତ୍ତି ଗମାଙ୍ଗୋ ଓ ମୁନ୍ନା ଖାଁ ପ୍ରମୁଖ ଅଛନ୍ତି ବୋଲି ବିଜୁ ଜନତା ଦଳ ତରଫରୁ ଏକ ପ୍ରେସ୍ ଇସ୍ତାହାରରେ ଦିଆଯାଇଛି ।

Share in top social networks!
Powered By Indic IME