ଓଡିଶାରେ ନିର୍ବାଚିତ ପଞ୍ଚାୟତି ପ୍ରତିନିଧି ପ୍ରଶିକ୍ଷଣ ପାଇଁ ଟାଟା ଷ୍ଟିଲର ଉଦ୍ୟମ

tatalabourଭୁବନେଶ୍ଵରରେ ସ୍ୱାସ୍ଥ୍ୟ,ଶିକ୍ଷା,ପୁନର୍ବାସ ଓ ସଚେତନତା ଭଳି କାର୍ଯ୍ୟକ୍ରମରେ ସଫଳ ରୂପାୟନ ପାଇଁ ପଞ୍ଚାୟତି ରାଜା ବ୍ୟବସ୍ଥାର ନିର୍ବାଚିତ ଲୋକପ୍ରତିନିଧି ମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡିକୁ କାର୍ଯ୍ୟକାରୀ କରାଇବା ପାଇଁ ନିର୍ବାଚିତ ପ୍ରତିନିଧି ମାନଙ୍କୁ ସଚେତନ କରାଇବା ଏକାନ୍ତ ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ଟାଟାଷ୍ଟିଲ୍ ପକ୍ଷରୁ ପୁରୀ ସ୍ଥିତ ଗାନ୍ଧୀଶ୍ରମ ପ୍ରତିଷ୍ଠାନ ରେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସଶକ୍ତିକରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । କମ୍ପାନୀ ପକ୍ଷରୁ ନିୟମିତ ଭାବେ ଏହି ପ୍ରତିଷ୍ଠାନ ଜରିଆରେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସଶକ୍ତିକରଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଚଳିତ ମାସ ୩ ଓ ୪ ଅଗଷ୍ଟ ଦୁଇଦିନଧରି ଗୋପାଳପୁରର ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କ ପାଇଁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ଦୀର୍ଘସ୍ଥାୟୀ ତଥା,ସାମଗ୍ରିକ ବିକାଶ,ପରିବେଶ ସୁରକ୍ଷା ଓ ରାଜ୍ୟରେ ସଫଳ ଶିଳ୍ପାୟନ ପାଇଁ ନିର୍ବାଚିତ ପ୍ରତିନିଧି ଭୂମିକା ଉପରେ ଆଲୋକପାତ କରାଯାଇଥିଲା । ନେତୃତ୍ଵ ନିର୍ମାଣ ଓ ଦଳଗତ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଦ୍ଵାରା ପଞ୍ଚାୟତ ପ୍ରତିନିଧି ମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ରଣନୀତି ପ୍ରସ୍ତୁତ କରିବା ନିମନ୍ତେ ପ୍ରୋତ୍ସାହିତ କରାଯାଇଥିଲା । ଏହା ସହିତ ଟାଟାଷ୍ଟିଲ୍ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସୁଚିନ୍ତିତ ପୁନର୍ବାସ ଥଇଥାନର ସମ୍ପର୍କରେ ସେମାନଙ୍କ ଭୂମିକା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଏହି କର୍ମଶାଳାରେ ଗାନ୍ଧୀ ଶ୍ରମ ପ୍ରତିଷ୍ଠାନ ପକ୍ଷରୁ ଡାକ୍ତର ଏସ୍.ଏନ୍. ପାତ୍ର,ଶ୍ରୀ ବି.କେ. ମିଶ୍ର ଏବଂ ଶ୍ରୀ ଏନ୍.ବେଉରା ପ୍ରମୁଖ ଅଧିବେଶନକୁ ପରିଚାଳନା କରିଥିଲେ । ଏତଦ ବ୍ୟତୀତ ଟାଟାଷ୍ଟିଲ୍ ପକ୍ଷରୁ ଗୋପାଳପୁର ପ୍ରକଳ୍ପ ମୁଖ୍ୟ ଶ୍ରୀ ସୁଶାନ୍ତ କୁମାର ମିଶ୍ର ଓ କର୍ପୋରେଟ ବ୍ୟାପାର ଓ ସହଯୋଗ ବିଭାଗର ବରିଷ୍ଠ ପ୍ରବନ୍ଧକ ଶ୍ରୀ ଏନ୍.ସି ମହାପାତ୍ର ଏହି କର୍ମଶାଳାରେ ଯୋଗଦେଇଥିଲେ । ୫ ବର୍ଷ ଧରି ଚାଲୁଥିବା ଏହି କର୍ମଶାଳାରେ ଆଜି ପର୍ଯ୍ୟନ୍ତ ଯାଜପୁର,କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ୨୫୦ ଜଣ ଲୋକ ପ୍ରତିନିଧୀଙ୍କୁ ପୁରୀ ସ୍ଥିତ ଗାନ୍ଧୀ ଲେଦର ଫାଉଣ୍ଡେସନ ରେ କମ୍ପାନୀ ପକ୍ଷରୁ ସଶକ୍ତି କରଣ ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଗୋଷ୍ଠୀ କେନ୍ଦ୍ରୀୟ ବିକାଶ ଉପରେ ସର୍ବଦା ବିଶ୍ଵାସ କରୁଥିବା ଟାଟାଷ୍ଟିଲ୍ ନିର୍ବାଚିତ ପ୍ରତିନିଧି ମାନଙ୍କ ସହଯୋଗରେ ତାର ସାମାଜିକ ଉତ୍ତରଦାୟିତ୍ଵ ନିର୍ବାହ କରିଆସୁଛି । ଏହି ଲକ୍ଷ୍ୟ ହାସଲ କରିବା ପାଇଁ କମ୍ପାନୀ ପକ୍ଷରୁ ବିଭିନ୍ନ ଗଣତାନ୍ତ୍ରିକ ସଂଗଠନ ମାନଙ୍କ ସହାୟତା ନିଆଯାଉଛି ଓ ସେମାନଙ୍କ ଜରିଆରେ ଏହାର ସାମାଜିକ ଦାୟିତ୍ଵବୋଧର ପ୍ରସାର ମଧ୍ୟ ହୋଇଛି ।

Share in top social networks!
Powered By Indic IME