ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ

ଦୀର୍ଘ ୧୨ ଦିନର ଜୀବନ ବିତାଇବାକୁ ଗୁରୁତର ସଂଗ୍ରାମ ପରେ ଗତକାଲି ଖରନାସୀର ପୀଡ଼ିତା ସୁଜାତା ମୃତ୍ୟୁ ନିମନ୍ତେ ପ୍ରକାରାନ୍ତରେ ସରକାର ଦାୟୀ ବୋଲି ସମୃଦ୍ଧ ଓଡିଶା ଦଳର ସଭାପତି ଯତିଶ ମହାନ୍ତି ଅଭିଯୋଗ କରିଚାନ୍ତି । ଉକ୍ତ ପୀଡ଼ିତାର ଚିକିତ୍ସା ବେଳେ ବ୍ୟାପକ ଅବହେଳା ର ବିବିଧ ଦୃଷ୍ଟାନ୍ତ ମାନ ପରିଲକ୍ଷିତ ହୋଇଥିଲେ ମଧ୍ୟ ସରକାର ସେଥିପ୍ରତି ଧ୍ୟାନ ଦେଲେ ନାହିଁ । ଏପରିକି କେବେ ବ୍ୟାଣ୍ଡେଜ୍ କରିବାକୁ ପଇସା ମାଗିବା, ଠିକ୍ ରକ୍ତ ଠିକ୍ ସମୟରେ ନ ଦେବା ପ୍ରଭୃତି ଅବହେଳା ଦୃଷ୍ଟେ କର୍ମଚାରୀ ମଧ୍ୟ ତାଙ୍କ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ତାପରେ ମଧ୍ୟ ସରକାରଙ୍କର ଚେତା ପସିଲାନାହିଁ ।

ଏପରିକି ଆଜି ସମ୍ବେଦନାଶୀଳ କଥା କହି ସମବେଦନା ର ଦୃଷ୍ଟାନ୍ତ ଢାଳୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ତାଙ୍କ ପ୍ରିୟ ସ୍ୱାସ୍ଥ୍ୟମନ୍ତ୍ରୀ କଟକ ଗସ୍ତ ବେଳେ ପୀଡ଼ିତାଙ୍କୁ ଆଡ ଆଖିରେ ଚାହିଁବା ପାଇଁ ବି ଡାକ୍ତରଖାନା ଯାଇନଥିଲେ । ଏଥିରୁ ପୀଡ଼ିତା ପ୍ରତି ସରକାରଙ୍କ ର ଦରଦ ସ୍ପଷ୍ଟ ବାରି ହୋଇପଡେ । ଜାଡୀ ତାଙ୍କୁ ଆଗରୁ ଦିଲ୍ଲୀ ନିଆଯାଇଥାନ୍ତା ତେବେ ପୀଡ଼ିତା ବର୍ତ୍ତୀ ଯାଇଥାନ୍ତା । ଆନ୍ଦୋଳନ କାରୀଙ୍କ ପାଟି ତୁଣ୍ଡ ଯୋଗୁଁ ଡାକ୍ତର ଖାନାରେ ପୀଡ଼ିତାର ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଯେଉଁ ବିବୃତ୍ତି ଦେଇଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ଏହା ଓଡିଶାରେ ନୂଆ ନୁହେଁ,ଏହା ଏକ ଧାରାବାହିକ ପ୍ରକ୍ରିୟା । ନାବାଳିକାଙ୍କୁ ସିରିଏଲ ଧର୍ଷଣ ଓ ହତ୍ୟାରେ ଓଡିଶା ଏବେ ବିଶ୍ଵବଦିତ । ପିପିଲି ପରେପରେ ଖରନାସି ତାପରେ ଆହୁରି କ’ଣ ଘଟିପାରେ କିଏ କହିବ? ନାରୀ ପ୍ରତି ଦୁଷ୍କର୍ମ ଏ ରାଜ୍ୟରେ ବଢିଆବଢି ଚାଲିଛି । ଏଥିପାଇଁ ଗୃହବିଭାଗରେ ଦାୟିତ୍ଵରେ ଥିବା ସ୍ଵୟଂ ମୁଖ୍ୟମନ୍ତ୍ରୀ ଯଦି ତାଙ୍କର ସାମାନ୍ୟ ନୀତି ବୋଧ ଥାଏ ତା ହେଲେ ସେ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।