କମିଲା ଡିଜେଲ, ପେଟ୍ରୋଲ ଓ ଏଲପିଜି ଦାମ

ଦେଶର ପ୍ରମୁଖ ୭ଟି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବଢିଥିବା ବେଳେ ଓଡ଼ିଶାରେ  ହ୍ରାସ ଦେଖାଦେଇଛି। ଓଡ଼ିଶାରେ ପେଟ୍ରୋଲ ମୂଲ୍ୟ ପୂର୍ବରୁ ଲିଟର ପିଛା ୬୮ ଟଙ୍କା ୯୨ ପଇସା ଥିବାବେଳେ  ଏବେ ୬୮ ଟଙ୍କା ୩୧ ପାଇସାକୁ ହ୍ରାସ ପାଇଛି। ସେହିପରି ରାଜ୍ୟରେ ପୂର୍ବରୁ ଲିଟର ପିଛା ଡିଜେଲ ମୂଲ୍ୟ ୪୪ ଟଙ୍କା ୦୫ ପଇସା ଥିବାବେଳେ ଏବେ ୪୩ ଟଙ୍କା ୬୭ ପଇସାକୁ ଖସିଆସିଛି। ସେହିପରି ରାଜ୍ୟରେ ଘରୋଇ ଏଲପିଜି ମୂଲ୍ୟ ୪୧୫ ଟଙ୍କା ଥିବାବେଳେ ଏବେ ୪୧୧ ଟଙ୍କା ହୋଇଛି। ଏଠାରେ ପେଟ୍ରୋଲ ଦରରେ ୬୧ ପଇସା, ଡିଜେଲ ଦରରେ ୩୮ ପଇସା ଓ ଏଲପିଜି ଦାମରେ ୪ ଟଙ୍କା କମିଥିବା ରାଷ୍ଟ୍ରାୟତ ଇଣ୍ଡିଆନ ଅଏଲ କର୍ପୋରେଶନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Share in top social networks!