ସର୍ବନିମ୍ନ ମଜୁରି ୧୩୦ ଟଙ୍କା ଧାର୍ଯ୍ୟ ଯୋଜନା, ଶ୍ରମିକ ସଂଗଠନ ଅସନ୍ତୁଷ୍ଟ

ଏବେ ରାଜ୍ୟର ସର୍ବନିମ୍ନ ମଜୁରି ୯୨ ଟଙ୍କା ୫୦ ପଇସା ଅଛି। ତେବେ ଖୁବ ଶୀଘ୍ର ସରକାର ତାହାର ସଂଶୋଧିତ ମୂଲ୍ୟ ଘୋଷଣା କରିବେ ବୋଲି ଜଣାପଡ଼ିଛି। ଏହି ନୂତନ ମଜୁରି ହାର ୧୩୦ ଟଙ୍କା ହେବ ବୋଲି ସରକାର ଅପାତତଃ ନିଷ୍ପତ୍ତି ନେଇସାରିଛନ୍ତି। ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ଗଠିତ ମଜୁରି ବୋର୍ଡ ଦୀର୍ଘ ସମୟର ଅନୁଧ୍ୟାନ ପରେ ରାଜ୍ୟରେ ସର୍ବନିମ୍ନ ମଜୁରି ୨୭୦ ଟଙ୍କା ହେବ ବୋଲି ସୁପାରିସ କରିଥିଲେ। ଶ୍ରମ ବିଭାଗ ଏହି ହାର ୧୬୯ ଟଙ୍କା କରିବାକୁ ପ୍ରସ୍ତାବ ଦେଇଥିଲା। ଏହାଛଡା ସରକାରଙ୍କ ଦରମା ତାରତମ୍ୟ କମିଟି (ଆନାମୋଲି କମିଟି) ରାଜ୍ୟରେ ସର୍ବନିମ୍ନ ମଜୁରି ୧୯୦ ଟଙ୍କା ହେବ ବୋଲି ମତ ଦେଇଥିଲେ। ତେବେ ଅନ୍ୟତମ ଶ୍ରମିକ ସଂଗଠନ ତାହା ୩୫୦ ଟଙ୍କା କିମ୍ବା ମାସିକ ୧୦ ହଜାର ଟଙ୍କା ରଖିବାକୁ ଦାବି ଜଣାଇଥିଲେ। ଏସବୁ ସତ୍ତ୍ୱେ ରାଜ୍ୟ ସରକାର ଏହି ହାରକୁ ୧୩୦ ଟଙ୍କାରେ ସୀମିତ ରଖିବାକୁ ଉଦ୍ୟମ କରୁଛନ୍ତି।

Share in top social networks!