ବରିଷ୍ଠ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

tn_6-8-2013=3ଅଗଷ୍ଟ କ୍ରାନ୍ତି ଅବସରରେ ରାସତ୍ରପତିଙ୍କ ଆର୍ଟ ହୋମ୍ ଉତ୍ସବରେ ଯୋଗଦେବାକୁ ଯାଉଥିବା ୫ ଜଣ ବରିଷ୍ଠ ସ୍ଵାଧୀନତା ସଂଗ୍ରାମୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଆଜି ସଚିବାଳୟଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ମଠା ସାଲ୍’ ପ୍ରଦାନ କରି ସମ୍ମାନିତ କରିଥିଲେ ।

ସୂଚନାଯୋଗ୍ୟଯେ କେନ୍ଦ୍ରାପଡା ଜିଲ୍ଲାର ୮୯ ବର୍ଷ ବୟସ୍କ ସଂଗ୍ରାମୀ ଶ୍ରୀ ମକର ଦାସ,ଅନୁଗୁଳ ଜିଲ୍ଲାର ୯୧ ବୟସ୍କ ଶ୍ରୀ ବିଛନ୍ଦ ଚରଣ ପ୍ରଧାନ,ବାଲେଶ୍ଵର ଜିଲ୍ଲାର ୮୭ ବର୍ଷ ବୟସ୍କ ଶ୍ରୀ କେଶବ ଚରଣ ପାଣିଗ୍ରାହୀ,ଜଗତସିଂହପୁରର ୮୬ ବର୍ଷ ବୟସ୍କ ଶ୍ରୀ କୃଷ୍ଣଚନ୍ଦ୍ର ରାଉତ ଏବଂ ନୟାଗଡ ଜିଲ୍ଲାର ୮୯ବର୍ଷ ବୟସ୍କା ଶ୍ରୀମତୀ ସୁଲକ୍ଷଣା ମହାପାତ୍ର ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପାଇ ଯାଉଛନ୍ତି । ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ,ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ୟୁ.ଏନ. ବେହେରା,ଅର୍ଥ ବିଭାଗ ସ୍ଵତନ୍ତ୍ର ସଚିବ ଶ୍ରୀ ବିରାଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ସମସ୍ତ ସ୍ଵାଧୀନତା ସଂଗ୍ରାମୀ ବ୍ରିଟିଶ ଶାସନ କାଳରେ ଜେଲ ଯାଇଥିଲେ । ଶ୍ରୀ ବିଛନ୍ଦ ପ୍ରଧାନ ତାଳଚେର ପ୍ରଜା ମଣ୍ଡଳ ଆନ୍ଦୋଳନରେ ନେତୃତ୍ଵ ନେଇଥିବା ବେଳେ ଅନ୍ୟ ଚାରିଜଣ ସଂଗ୍ରାମୀ ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇଥିଲେ ।

Share in top social networks!
Powered By Indic IME