ଫସଲ ବୀମା କ୍ଷତିପୂରଣ, ଚାଷୀ ପାଇବେ ୬୭୫ କୋଟି

ରାଷ୍ଟ୍ରୀୟ କୃଷି ବୀମା ଯୋଜନାରେ ଫସଲ ବୀମା କ୍ଷତିପୂରଣ ବାବଦରେ ରାଜ୍ୟର ଚାଷୀମାନେ ୬୭୫ କୋଟି ୭୨ ଲକ୍ଷ ଟଙ୍କା ପାଇବେ। ଏହି କ୍ଷତିପୂରଣ ରାଶିରୁ ରାଜ୍ୟ ସରକାରଙ୍କ ଦେୟ ବାବଦରେ ୨୭୭ କୋଟି ୭୨ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ଏହା ଦ୍ଵାରା ଆମ ରାଜ୍ୟର ୫ ଲକ୍ଷ ୭୧ ହଜାର ଚାଷୀ ଉପକୃତ ହେବେ। ୨୦୧୧ ଖରିଫ ଋତୁରେ ବନ୍ୟା ଓ ମରୁଡି ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ଏହି କ୍ଷତିପୂରଣ ପାଇବେ। ରାଜ୍ୟ ସରକାର ଗ୍ରାମପଞ୍ଚାୟତକୁ ଫସଲ ବୀମା ଏକକ ଭାବରେ ଗ୍ରହଣ କରିଥିବାରୁ ଚାଷୀମାନେ ଏହି ବିପୁଳ ପରିମାଣର କ୍ଷତିପୂରଣ ପାଇପାରିବେ।

 

Share in top social networks!